ଓଡିଶା

odisha

ETV Bharat / sports

‘ବିଶ୍ବକପ ଫାଇନାଲ ପରେ ସବୁଠୁ ବଡ଼ ହେଉଛି ଆଇପିଏଲ ଫାଇନାଲ’

ଆଇପିଏଲ ଫାଇନାଲ ବିଶ୍ବକପ ଫାଇନାଲ ପରେ ସବୁଠାରୁ ବଡ଼ ବୋଲି କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି କିରନ ପୋଲାର୍ଡ । ଅଧିକ ପଢ଼ନ୍ତୁ...

IPL final is the biggest thing, IPL final is the biggest thing after World Cup final, Kieron Pollard on IPL final, ଆଇପିଏଲ ଫାଇନାଲ, ବିଶ୍ବକପ ଫାଇନାଲ ପରେ ସବୁଠୁ ବଡ଼ ଆଇପିଏଲ ଫାଇନାଲ, ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି କିରନ ପୋଲାର୍ଡ
‘ବିଶ୍ବକପ ଫାଇନାଲ ପରେ ସବୁଠୁ ବଡ଼ ହେଉଛି ଆଇପିଏଲ ଫାଇନାଲ’

By

Published : Nov 10, 2020, 7:09 PM IST

ଆବୁଧାବି: ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର କିରନ ପୋଲାର୍ଡ କହିଛନ୍ତି ଯେ, କ୍ରିକେଟରେ ବିଶ୍ବକପ ଫାଇନାଲ ପରେ ସବୁଠାର ବଡ଼ ଟୁର୍ଣ୍ଣାମେଣ୍ଟ ହେଉଛି ଆଇପିଏଲ । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମଙ୍ଗଳବାର ଖେଳାଯିବାକୁଥିବା ଫାଇନାଲ ପୂର୍ବରୁ କିରନ ଏହି ବୟାନ ଦେଇଛନ୍ତି ।

‘‘ଫାଇନାରେ ଏହି ଖେଳର ନାଁ ହେଉଛି ଚାପ । ସମସ୍ତେ ସେହି ଚାପକୁ ଗ୍ରହଣ କରନ୍ତି । ଆପଣ ଜିତିବାକୁ ଚେଷ୍ଟା କରନ୍ତି ଓ ବେଳେ ବେଳେ ଭୁଲ କରି ବସନ୍ତି, କିନ୍ତୁ ଶେଷରେ ଆପଣଙ୍କୁ ସେହି ଫାଇନାଲକୁ ମଧ୍ୟ ଏକ ସାଧାରଣ ମ୍ୟାଚ ପରି ହିଁ ଖେଳିବାକୁ ହୁଏ । କେବଳ ପଡ଼ିଆକୁ ଯାଇ ସେହି ପରିବେଶକୁ ଉପଭୋଗ କରିବାକୁ ହୁଏ,’’ ବୋଲି ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସର ଏକ ଭିଡିଓରେ କହିଛନ୍ତି ।

‘‘ନିଶ୍ଚିତ ଭାବରେ ଚଳତ ଥର ଫାଇନାଲରେ ଦର୍ଶକ ନଥିବେ କିନ୍ତୁ ଏହାକୁ ଉପଭୋଗ କରନ୍ତୁ । ଏହା ଏକ ଆଇପିଏଲ ଫାଇନାଲ, ଏହା ବିଶ୍ବକପ ଫାଇନାଲ ପରେ ସବୁଠାରୁ ବଡ଼ ଫାଇନାଲ ଅଟେ ।’’

ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ 4 ଥର ଆଇପିଏଲ ଟ୍ରଫି ଜିତି ସାରିଛି । ସେପଟେ ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ଫାଇନାଲରେ ପହଁଞ୍ଚିଛି ।

ABOUT THE AUTHOR

...view details