ଓଡିଶା

odisha

ETV Bharat / sports

ଆଇପିଏଲ ନିଲାମୀ 2020: ରାତାରାତି କୋଟିପତି ବନିଲେ ଏହି ଯୁବ କ୍ରିକେଟର

ଆଇପିଏଲ 2020 କିଣାବିକାରେ ସବୁଠାରୁ ଚର୍ଚ୍ଚାର ବିଷୟ ସାଉଣ୍ଟିଛନ୍ତି ଭାରତୀୟ ଯୁବ ଖେଳାଳି। ଯେଉଁମାନେ ଏ ଯାଏଁ ଟିମ ଇଣ୍ଡିଆରେ ଡେବ୍ୟୁ ବି କରିନାହାଁନ୍ତି।

By

Published : Dec 20, 2019, 2:30 PM IST

IPL Auction: The uncapped Indian players who turned millionaires overnight
ଆଇପିଏଲ ଅକ୍ସନ 2020: ରାତାରାତି କୋଟିପତି ବନିଲେ ଏହି ଯୁବ କ୍ରିକେଟର

ହାଇଦ୍ରାବାଦ: ଗୁରୁବାର ଶେଷ ହୋଇଛି ବିଶ୍ବର ସବୁଠାରୁ ବଡ ଧନୀ ଲିଗର କିଣାବିକା ଆଇପିଏଲ ନିଲାମୀ। 8ଟି ଦଳ, 62 ଜଣ ଦେଶୀ ତଥା ବିଦେଶୀ ଖେଳାଳିଙ୍କୁ ନୂଆ କରି କିଣିଛନ୍ତି। ଏହି କିଣାବିକାରେ ସବୁଠାରୁ ଚର୍ଚ୍ଚାର ବିଷୟ ସାଉଣ୍ଟିଛନ୍ତି ଭାରତୀୟ ଯୁବ ଖେଳାଳି। ଯେଉଁମାନେ ଏ ଯାଏଁ ଟିମ ଇଣ୍ଡିଆରେ ଡେବ୍ୟୁ ବି କରିନାହାଁନ୍ତି।

ଫାଷ୍ଟକ୍ଲାସ କ୍ରିକେଟରେ ନିଜର ଜଲୱା ଦେଖାଇଥିବାରୁ ଏମାନଙ୍କୁ କିଣିବାକୁ ଆଗ୍ରହି ହୋଇଛନ୍ତି ଫ୍ରାଞ୍ଚାଇଜର ମାଲିକ। ବେସ ପ୍ରାଇସ ଠାରୁ 10ଗୁଣା ଅଧିକ ଦରରେ କିଣା ହୋଇଛନ୍ତି ଏହି କ୍ରିକେଟର। ନଜର ପକାନ୍ତୁ ଏହି 5 ଯୁବ ଭାରତୀୟ ଖେଳାଲିଙ୍କ ଉପରେ:

ଜଶସ୍ବୀ ଜୟସ୍ବାଲ-
ଏହି 17 ବର୍ଷୀୟ କ୍ରିକେଟରଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ । 2.40 କୋଟି ଟଙ୍କାରେ ଏହି ଯୁବ କ୍ରିକେଟର ନିଲାମ ହୋଇଛନ୍ତି । ତାଙ୍କର ବେସ ପ୍ରାଇସ 20 ଲକ୍ଷ ରହିଥିଲା । ନିକଟରେ ସମାପ୍ତ ହୋଇଥିବା ବିଜୟ ହଜାରେ ଟ୍ରଫିରେ 154ବଲରୁ 203ରନର ପାଳି ଖେଳିଥିବା ଏହି କ୍ରିକେଟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କର ଏହି ଦ୍ବିଶତକୀୟ ପାଳିରେ ସାମିଲ ଥିଲା 12ଟି ଛକା ଓ 17ଟି ଚୌକା।

ପ୍ରିୟମ ଗର୍ଗ-
2020 ଆଇପିଏଲରେ ଡେବ୍ୟୁ କରିବେ ଏହି ଯୁବ କ୍ରିକେଟର। ପ୍ରିୟମଙ୍କୁ 1.9 କୋଟି ଟଙ୍କାରେ କିଣିଛି ସନ ରାଇଜର୍ସ ହାଇଦ୍ରାବାଦ। ପ୍ରିୟମଙ୍କ ବେସ ପ୍ରାଇସ 20 ଲକ୍ଷ ରହିଥିଲା। ପ୍ରିୟମ 19 ବର୍ଷରୁ କମ ଭାରତୀୟ ବିଶ୍ବକପ ଟିମର କ୍ୟାପଟେନ ଅଛନ୍ତି। ଉତ୍ତର ପ୍ରଦେଶ ପକ୍ଷରୁ ଘରୋଇ ସିଜିନରେ ଦମଦାର ପ୍ରଦର୍ଶନ କରିଥିଲେ ପ୍ରିୟମ। ଦେଓଧର ଟ୍ରଫିରେ ଇଣ୍ଡିଆ ସି ଟିମରେ ମଧ୍ୟ ଖେଳିଛନ୍ତି ସେ। ଇଣ୍ଡିଆ ବି ବିପକ୍ଷରେ 74 ରନର ଗୁରୁତ୍ବପୂର୍ଣ୍ଣ ଇଂନିସ ଖେଳି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଏହି ଯୁବ ଖେଳାଳି।

ରବି ବିଷ୍ଣୋୟୀ-
ଏହି ଲେଗ ବ୍ରେକ ବୋଲରଙ୍କୁ 2 କୋଟିରେ କିଣିଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ବିଷ୍ଣୋୟୀ ଏବେ 19 ବର୍ଷରୁ କମ ଭାରତୀୟ ବିଶ୍ବକପ ଟିମର ସଦସ୍ୟ ଅଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ତାଙ୍କ ଆକ୍ରମଣାତ୍ମକ ବୋଲିଂ ପାଇଁ ମାଲିକ ତାଙ୍କ ନେବାକୁ ମନ ବଳାଇଥିଲେ। ଟୁର୍ଣ୍ଣାମେଣ୍ଟରେ ମାତ୍ର ଦୁଇଟି ମ୍ୟାଚ ଖେଳି ସେ 4.37 ଇକୋନୋମିରେ 12ଟି ୱିକେଟ ଅକ୍ତିଆର କରିଛନ୍ତି।

ବିରାଟ ସିଂ-
ଏହି ଯୁବ କ୍ରିକେଟରଙ୍କୁ କିଣିଛି ହାଇଦ୍ରାବାଦ ଫ୍ରାଞ୍ଚାଇଜ। 22 ବର୍ଷୀୟ ବିରାଟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ 10ଟି ଇଂନିସରୁ 343ରନର ପାଳି ଖେଳିଥିଲେ। ସେ ମଧ୍ୟ 19 ବର୍ଷରୁ କମ ଭାରତୀୟ ବିଶ୍ବକଟ ଟିମର ସଦସ୍ୟ ଅଛନ୍ତି।

କାର୍ତ୍ତିକ ତ୍ୟାଗୀ-
ଏହି ଯୁବ କ୍ରିକେଟରଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ। 20 ଲକ୍ଷ ଟଙ୍କା ବେସ ପ୍ରାଇସରୁ ତାଙ୍କ ମୂଲ୍ୟ 1.3କୋଟି ଟଙ୍କାରେ ପହଁଚିଛି। 19 ବର୍ଷରୁ କମ ଭାରତୀୟ ବିଶ୍ବକଟ ଟିମର ସଦସ୍ୟ ଅଛନ୍ତି।

ABOUT THE AUTHOR

...view details