ମୁମ୍ବାଇ: ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା 7ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନ ଶେଷ କରିଛନ୍ତି । ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ 2021 ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି । ଆଙ୍ଗୁଠିରେ ଆଘାତ ପରେ ପ୍ରାୟ 3 ମାସ କ୍ରିକେଟରୁ ଦୂରରେ ରହିଥିଲେ ଜାଡେଜା । ତେବେ ସୁରେଶ ରାଇନାଙ୍କ ସହ ୟେଲୋ ଜର୍ସିରେ ନଜର ଆସିଛନ୍ତି ସୁପରକିଙ୍ଗ୍ସର ଷ୍ଟାର ଅଲରାଉଣ୍ଡର ।
ସିଏସକେ କ୍ୟାମ୍ପରେ ସାମିଲ ହେବା ପୂର୍ବରୁ ଜାଡେଜା ଆଇପିଏଲ ପ୍ରସ୍ତୁତି ଆରମ୍ଭ କରିସାରିଥିଲେ । ଆଙ୍ଗୁଠିରେ ସଫଳ ଅସ୍ତ୍ରୋପଚାର ପରେ ମାର୍ଚ୍ଚରେ ପଡିଆରେ ବୋଲିଂ ଆକ୍ସନରେ ଦେଖିବାକୁ ମିଳିଥିଲ । ନ୍ୟାସନାଲ କ୍ରିକେଟ ଏକାଡେମୀ ବାଙ୍ଗାଲୁରୁରେ ପ୍ରସ୍ତୁତି ଜାରି ରଖିବା ସହ ଫିଟନେସ ସାର୍ଟିଫିକେଟ ହାସଲ କରିଛନ୍ତି ।