ନୂଆଦିଲ୍ଲୀ: ଦେଶତମାମ କୋରୋନା ଭାଇରସ ସଂକ୍ରମଣ ମାମଲାରେ ବୃଦ୍ଧି ସତ୍ତ୍ବେ, ଆଇପିଏଲର ଆଗାମୀ ସଂସ୍କରଣ ବିନା କୌଣସି ଅସୁବିଧାରେ ଆଗେଇବା ନେଇ ଦୃଢ ଆଶାବାଦୀ ଥିବା କହିଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ।
କୋରୋନା ମାମଲା ବୃଦ୍ଧି ପାଉଛି । ଏହି କାରଣରୁ ବିସିସିଆଇ ପୂର୍ବରୁ ସକର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । 6ଟି ଭେନ୍ୟୁ ପ୍ରସ୍ତୁତ ହୋଇଛି ଓ ଜୈବ ସୁରକ୍ଷା ବଳୟ ତିଆରି ହୋଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କ୍ବାଡର ସଦସ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି କହିଛନ୍ତି ଶୁକ୍ଳା । ବିନା ଦର୍ଶକରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ମଧ୍ୟ କହିଛନ୍ତି ।