ଓଡିଶା

odisha

By

Published : Mar 30, 2021, 7:34 PM IST

ETV Bharat / sports

ଆଇପିଏଲ 2021: ନୂଆ ଲୁକ୍‌ରେ ନଜର ଆସିବେ ପଞ୍ଜାବ କିଙ୍ଗ୍ସ ଖେଳାଳି

ଏପ୍ରିଲ 9ରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ନୂଆ ନାମ, ନୂଆ ହେଲମେଟ ଓ ନୂଆ ଜର୍ସିରେ ନଜର ଆସିବ ପଞ୍ଜାବ କିଙ୍ଗ୍ସ । ଅଧିକ ପଢନ୍ତୁ...

IPL 2021: Punjab Kings unveil new jersey
ଆଇପିଏଲ 2021: ନୂଆ ଲୁକ୍‌ରେ ନଜର ଆସିବେ ପଞ୍ଜାବ କିଙ୍ଗ୍ସ ଖେଳାଳି

ମୋହାଲି: ଆଇପିଏଲ ଫ୍ରାଞ୍ଜାଇଜ ପଞ୍ଜାବ କିଙ୍ଗ୍ସ ମଙ୍ଗଳବାର ନୂଆ ଜର୍ସି ଉନ୍ମୋଚନ କରିଛି । ଏପ୍ରିଲ 9ରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ନୂଆ ନାମ ସହ ନୂଆ ଜର୍ସିରେ ନଜର ଆସିବ ପଞ୍ଜାବ । ଲାଲ୍‌ ରଙ୍ଗର ଜର୍ସିରେ ଗୋଲ୍ଡେନ ଷ୍ଟ୍ରିପ୍‌ ରହିଛି ।

ତେବେ ଜର୍ସି ବ୍ୟତୀତ ପଞ୍ଜାବ କିଙ୍ଗସ ବ୍ୟାଟ୍ସମ୍ୟାନ ଏହି ସଂସ୍କରଣର ଆଇପିଏଲରେ ଗୋଲ୍ଡେନ ରଙ୍ଗର ହେଲମେଟ ପିନ୍ଧି ଖେଳିବେ । କେଏଲ ରାହୁଲଙ୍କ ନେତୃତାଧୀନ, ପଞ୍ଜାବ ଟିମକୁ ନୂଆ ରୂପରେ କ୍ରିକେଟ ମଇଦାନରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏପ୍ରିଲ 12ରେ ୱାଙ୍ଖେଡେ ଷ୍ଟାଡିୟମରେ ଦେଖିବାକୁ ମିଳିବ ।

ଆଇପିଏଲ 2021 ସଂସ୍କରଣ ଏପ୍ରିଲ 9ରୁ ଆରମ୍ଭ ହେବ । ପ୍ରଥମ ମୁକାବିଲା ଡିଫେଣ୍ଡିଂ ଚମ୍ପିଆ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details