ଓଡିଶା

odisha

ETV Bharat / sports

ଆଇପିଏଲ 2021: ଚେନ୍ନାଇରେ ହେବ ମିନି ନିଲାମ, କେବେ ଜାଣନ୍ତୁ

ଇଣ୍ଡିଆନ ପ୍ରିମିୟର ଲିଗର 2021 ସଂସ୍କରଣ ପୂର୍ବରୁ ଫେବୃଆରୀ 18 କିମ୍ବା 19ରେ ଚେନ୍ନାଇରେ ମିନି ନିଲାମ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

By

Published : Jan 23, 2021, 6:55 AM IST

IPL 2021: Mini auction to be held on February 18 or 19 in Chennai
ଆଇପିଏଲ 2021: ଚେନ୍ନାଇରେ ହେବ ମିନି ନିଲାମ, କେବେ ଜାଣନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର 2021 ସଂସ୍କରଣ ପୂର୍ବରୁ ଫେବୃଆରୀ 18 କିମ୍ବା 19ରେ ଚେନ୍ନାଇରେ ମିନି ନିଲାମ ଅନୁଷ୍ଠିତ ହେବ ।

ଆଇପିଏଲର 14ତମ ସଂସ୍କରଣ ପାଇଁ ଏହି ଦୁଇଟି ତାରିଖ ମଧ୍ୟରୁ ଗୋଟିଏ ଚୂଡାନ୍ତ ହେବ । ଖୁବଶୀଘ୍ର ଏନେଇ ଚୂଡାନ୍ତ ଘୋଷଣା ହେବ । ଫେବୃଆରୀ 17ରେ ଚେନ୍ନାଇରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଶେଷ ହେବ । ଫଳରେ 18 କିମ୍ବା 19 ତାରିଖରେ ଚେନ୍ନାଇରେ ନିଲାମ ହେବାର ସମ୍ଭାବନା ଥିବା ସୂଚନା ମିଳିଛି ।

ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ଭେନ୍ୟୁ ମଧ୍ୟ ଘୋଷଣା ହେବ । ଘରୋଇ ସିଜିନ ଖେଳାଯାଉଥିବା ଭେନ୍ୟୁରେ ଆଇପିଏଲ ବିତ୍ତଶାଳୀ ଲିଗ ଆୟୋଜନ ନେଇ ବିଚାର କରୁଛି ବିସିସିଆଇ । ୟୁଏଇରେ 13ତମ ସଂସ୍କରଣ ଆୟୋଜିତ ହୋଇଥିଲା । ସେଥିପାଇଁ ଦ୍ବିତୀୟ ବିକଳ୍ପ ଭେନ୍ୟୁ ଭାବେ ୟୁଏଇ ମଧ୍ୟ ରହିଛି ।

ତେବେ ସୟଦ ମୁସ୍ତାକ ଅଲୀ ଟୁର୍ଣ୍ଣାମେଣ୍ଟ ସୁରୁଖୁରୁରେ ସୁରକ୍ଷିତ ଭାବେ ଖେଳାଯାଉଥିବାରୁ ଭାରତରେ ହିଁ ଆଇପିଏଲ14 ଆୟୋଜନ ପାଇଁ ଲକ୍ଷ୍ୟ ରଖିଛି ବିସିସିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details