ଓଡିଶା

odisha

ETV Bharat / sports

ଆଇପିଏଲ ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ବିରାଟ କୋହଲି-ରୋହିତ ଶର୍ମା

ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଦୁଇ ଭାରତୀୟ କ୍ରିକେଟର ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମା ।ଅଧିକ ପଢନ୍ତୁ...

By

Published : Apr 9, 2021, 4:59 PM IST

IPL 2021 Match Preview: Virat Kohli, Rohit Sharma in IPL's opening duel
ଆଇପିଏଲ ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ବିରାଟ କୋହଲି-ରୋହିତ ଶର୍ମା

ଚେନ୍ନାଇ:ଆରମ୍ଭ ହେଉଛି ଆଇପିଏଲ ମହାସମର । ଇଣ୍ଡିଆନ ପ୍ରିମିୟର ଲିଗର 14 ସଂସ୍କରଣର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ରହିଛି । ମୁଁହାମୁହିଁ ହେବେ ଟିମ ଇଣ୍ଡିଆର କ୍ୟାପଟେନ ଓ ଭାଇସ କ୍ୟାପଟେନ । ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ଆଇପିଏଲ ଟାଇଟେଲ ଲକ୍ଷ୍ୟରେ ରହିଥିବାବେଳେ ପ୍ରଥମ ଟାଇଟେଲ ବିଜୟ ଲକ୍ଷ୍ୟରେ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ମୁମ୍ବାଇ ଇଣ୍ଡିଆନ୍ସ

ତେବେ ଆରମ୍ଭରୁ ହିଁ ବେଶ ରୋମାଞ୍ଚକର ହେବାକୁ ଯାଉଛି ଟୁର୍ଣ୍ଣାମେଣ୍ଟ । ଉଦ୍‌ଘାଟନୀ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଦୁଇ ଭାରତୀୟ କ୍ରିକେଟର ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମା । ଉଭୟ ସୀମିତ ଓଭର କ୍ରିକେଟରେ ଶ୍ରେଷ୍ଠ ଓ ଅଭିଜ୍ଞ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ତେବେ ବିଜୟ ପରିସଂଖ୍ୟାନ ଦୃଷ୍ଟିରୁ ମୁମ୍ବାଇ ବାଙ୍ଗାଲୋର ଠାରୁ ଢେର ଆଗରେ ରହିଛନ୍ତି । ମୋଟ 17ଟି ମ୍ୟାଚରୁ ମୁମ୍ବାଇ 17ଟିରେ ବିଜୟୀ ହୋଇଥିବାବେଳେ, ଆରସିବିକୁ 9ଟିରେ ବିଜୟ ମିଳିଛି ।

ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳତମ ଟିମ ସହ ସ୍ଥିର ପ୍ରଦର୍ଶନ କରିଥିବା ଟିମ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଅନ୍ୟପଟେ ଆରସିବି ଟିମରେ ଏକାଧିକ ମ୍ୟାଚ ବିଜୟୀ ଖେଳାଳିଥିଲେ ମଧ୍ୟ ଦଳଗତ ସାମୂହିକ ପ୍ରଦର୍ଶନର ଅଭାବ ଯୋଗୁଁ ସ୍ଥିର ପ୍ରଦର୍ଶନ କରିପାରିନାହିଁ ।

ଫଳରେ ନିଃସନ୍ଦେହରେ ମୁମ୍ବାଇ ଯେ ପୁଣିଥରେ ଆଇପିଏଲର ଆଉ ଏକ ସଂସ୍କରଣର ଟ୍ରଫି ବିଜୟର ଦାବିଦାର କୁହାଯାଇପାରେ ।

ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ 2020ରେ ଆରସିବି କ୍ୟାମ୍ପରେ ଉତ୍ସାହ ଭରିଥିବା ଦେବଦତ୍ତ ପାଡିକ୍କଲଙ୍କ ରୂପରେ ଝଟକା ଲାଗିଛି । କୋଭିଡ-19 ପଜିଟିଭ ରିପୋର୍ଟ ପଜିଟିଭ ଜଣାପଡିବା ପରେ ପରବର୍ତ୍ତୀ ଟେଷ୍ଟରେ ରିପୋର୍ଟ ନେଗେଟିଭ ରହିଥିଲା । ତେବେ ପ୍ରଥମ ମ୍ୟାଚରେ ଚୁଡାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳିବା ନେଇ ସାମାନ୍ୟ ଆଶଙ୍କା ରହିଛି ।

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସରେ ମଧ୍ୟ ସମାନ ପ୍ରକାର ଆଶଙ୍କା ରହିଛି । ପାକିସ୍ତାନ ବିପକ୍ଷ ଘରୋଇ ଦିନିକିଆ ସିରିଜ ସାରି ଫେରିଥିବା ଦକ୍ଷିଣ ଆଫ୍ରିକୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡି କକ୍‌ ଖେଳିବା ନେଇ ସ୍ପଷ୍ଟ ହୋଇନାହିଁ ।

ମ୍ୟାଚ ଆରମ୍ଭ ସମୟ: ସନ୍ଧ୍ୟା 7.00

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସ୍କ୍ବାଡ: ବିରାଟ କୋହଲି(କ୍ୟାପଟେନ), ଦେବଦତ୍ତ ପାଡିକ୍କଲ, ଫିନ ଆଲେନ(ୱିକେଟକିପର), ଏ ବି ଡି ଭିଲିଅର୍ସ(ୱିକେଟ କିପର), ପବନ ଦେଶପାଣ୍ଡେ, ୱାସିଂଟନ ସୁନ୍ଦର, ଡାନିଏଲ ସାମସ, ୟୁଜଭେନ୍ଦ୍ର ଚହଲ, ଆଡାମ ଜାମ୍ପା, ସାହବାଜ ଅହମଦ, ମହମ୍ମଦ ସିରାଜ, ନବଦୀପ ସାଇନି, କେନ ରିଚାର୍ଡସନ, ହର୍ସଲ ପଟେଲ, ଗ୍ଳେନ ମାକ୍ସୱେଲ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ, କେଲ ଜେମିଏସନ, ଡାନିଏଲ କ୍ରୀଷ୍ଟିଆନ, ସୁୟାସ ପ୍ରଭୁଦେଶାଇ, କେ.ଏସ ଭାରତ ।

ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡ: ରୋହିତ ଶର୍ମା(କ୍ୟାପଟେନ), ଆଡାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅଙ୍କୁଲ ରୟ, ଅର୍ଜୁନ ତେନ୍ଦୁଲକର, କ୍ରିସ ଲିନ, ଧାୱଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ(ୱିକେଟ କିପର), ଜେମ୍ସ ନିଶାମ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ମାର୍କୋ ଜାନସନ, ମୋହଶିନ କାନ, ନାଥନ କୁଲଟର-ନାଇଲ, ପିୟୁଷ ଚାୱଲା, କ୍ବିଣ୍ଟନ ଡି କକ୍‌(ୱିକେଟ କିପର), ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଯୁଧିବୀର ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details