ଚେନ୍ନାଇ:ଜାରି ରହିଛି ଆଇପିଏଲ 2021ର ନିଲାମ କାର୍ଯ୍ୟକ୍ରମ । ଏଯାବତ ହୋଇଥିବା ନିଲାମିରେ ବାଜି ମାରିଛନ୍ତି ଦୁଇ ଅଷ୍ଟ୍ରେଲୀୟ ଖେଳାଳି ଗ୍ଳେନ ମାକ୍ସୱେଲ ଓ ଷ୍ଟିଭ ସ୍ମିଥ ।
14.25 କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାକ୍ସୱେଲଙ୍କୁ କିଣିଛି । ମାକ୍ସୱେଲଙ୍କୁ କିଣିବାକୁ କୋଲକାତା ନାଇଟ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ ଆରସିବି ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ଶେଷରେ ବାଜି ମାରିନେଇଥିଲା ଆରସିବି । ମାତ୍ର ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେଦାର ଯାଦବଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି ।