ହାଇଦ୍ରାବାଦ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ 2021 ସଂସ୍କରଣର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି । ମିନି-ନିଲାମୀ ପ୍ରକ୍ରିୟା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଭଜିଙ୍କୁ ରିଲିଜ କରିବା ପରେ କୋଲକାତା କ୍ୟାମ୍ପର ସଦସ୍ୟ ହୋଇଛନ୍ତି ହରଭଜନ ।
ତେବେ କୋଲକାତା ନାଇଟ ରାଇଡର୍ସ ନିଜ ହୋମ ଭେନ୍ୟୁ ଇଡେନ ଗାର୍ଡେନରେ ମ୍ୟାଚ ଖେଳୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ଭେଟେରାନ ସ୍ପିନର ।