ଚେନ୍ନାଇ:ନ୍ୟୁଜିଲାଣ୍ଡ କ୍ରିକେଟର ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ଜିମ୍ମି ନିଶାମ ଶୁକ୍ରବାର ଚେନ୍ନାଇରେ ପହଞ୍ଚି ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡରେ ସାମିଲ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସଂସ୍କରଣ ଏପ୍ରିଲ 9ରୁ ଆରମ୍ଭ ହେବ । ଉଦ୍ଘାଟନୀ ମ୍ୟାଚ ଏମଏ ଚିଦାମ୍ବର ଷ୍ଟାଡିୟମ ଚେନ୍ନାଇରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ମଧ୍ୟରେ ଖେଳାଯିବ ।
ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ କିୱି ସ୍ପିଡଷ୍ଟାର ବୋଲ୍ଟଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ମୋଟ 25 ୱିକେଟ ସହ ଟୁର୍ଣ୍ଣାମେଣ୍ଟର ତୃତୀୟ ସର୍ବାଧିକ ବୋଲର ରହଥିଲେ । ଅନ୍ୟପଟେ ନିଶାମ ସଦ୍ୟ ସମାପ୍ତ ହୋଇଥିବା ସିରିଜରେ ନ୍ୟୁଜିଲାଣ୍ଡ ପାଇଁ ଏକାଧିକ ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି ।
ନ୍ୟାସନାଲ ଡ୍ୟୁଟିରୁ ଆଇପିଏଲ ଡ୍ୟୁଟି, ଟ୍ରେଣ୍ଟ, ଆଡାମ ଓ ଜିମ୍ମି ଚେନ୍ନାଇରେ ପହଞ୍ଚିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ବିଟ ଯୋଗେଁ ସୂଚନା ଦେଇଛି ।