ଓଡିଶା

odisha

ETV Bharat / sports

ଆଇପିଏଲ 2021: ଭାରତୀୟ ଭିନ୍ନକ୍ଷମ କ୍ରିକେଟ ବୋର୍ଡ ଅଧିକାରୀଙ୍କୁ BCCIର ନିମନ୍ତ୍ରଣ

ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଅଧିକ ପଢନ୍ତୁ...

IPL 2021: BCCI Secretary invites Differently-Abled Cricket Council of India members for opener
ଆଇପିଏଲ 2021: ଭାରତୀୟ ଭିନ୍ନକ୍ଷମ କ୍ରିକେଟ ବୋର୍ଡ ଅଧିକାରୀଙ୍କୁ BCCIର ନିମନ୍ତ୍ରଣ

By

Published : Apr 8, 2021, 10:52 PM IST

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚରେ ଉପସ୍ଥିତ ରହିବାକୁ ଭାରତୀୟ ଭିନ୍ନକ୍ଷମ କ୍ରିକେଟ ବୋର୍ଡ(DCCI)ର ଅଧିକାରୀଙ୍କୁ ନିମନ୍ତ୍ରଣ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ ।

ନିମନ୍ତ୍ରଣ ପାଇଁ ଡିସିସିଆଇ ସଭାପତି ମହନ୍ତେଶ ଜିକେ ଜୟ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜିକେ କହିଛନ୍ତି, "ବିଶ୍ବର ସର୍ବବୃହତ ଟି20 ଲିଗର ଉଦ୍‌ଘାଟନୀ ମ୍ୟାଚରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ମିଳିଥିବାରୁ ଧନ୍ୟବାଦ, ଏହି ଟୁର୍ଣ୍ଣାମେଣ୍ଟ ଅନେକାଂଶରେ ଦେଶରେ ଭିନ୍ନକ୍ଷମ କ୍ରିକେଟକୁ ପ୍ରୋତ୍ସାହନ ଯୋଗାଇଛି" ।

ମହନ୍ତେଶ ଜିକେ, ଉପ-ସଭାପତି ସୁମିତ ଜୈନ, ସାଧାରଣ ସମ୍ପାଦକ ରବି ଚୌହାନ, ଯୁଗ୍ମ ସମ୍ପାଦକ ଡକ୍ଟର ଅଭୟ ପ୍ରତାପ ସିଂହ, କୋଷାଧ୍ୟକ୍ଷ ଜନ ଡେଭିଡ ଆଇପିଏଲର ଓପନିଂ ମ୍ୟାଚରେ ଉପସ୍ଥିତ ରହିବେ ।

ପୂର୍ବରୁ ବିସିସିଆଇ ସମ୍ପାଦକ ସମସ୍ତ ରାଜ୍ୟ ବୋର୍ଡର ସଭାପତି ଓ ସମ୍ପାଦକଙ୍କୁ ମଧ୍ୟଲ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଉପସ୍ଥିତ ରହି ଆଇପିଏଲ ଓପିନିଂ ମ୍ୟାଚରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ ।

ଆଇପିଏଲର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟର ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details