ହାଇଦ୍ରାବାଦ: ଆଇପିଏଲ 2021ର ମ୍ୟାଚ ହାଇଦ୍ରାବାଦରେ ଆୟୋଜନ ନେଇ ବିସିସିଆଇକୁ ପ୍ରସ୍ତାବ ଦେଲେ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ସଭାପତି ମହମ୍ମଦ ଆଝାରୁଦ୍ଦିନ । କୋଭିଡ-19ରେ ସର୍ବାଧିକ ପ୍ରଭାବିତ ମୁମ୍ବାଇରେ ମ୍ୟାଚ ସମ୍ଭବ ନହେଲେ ଓ ଏହି ମ୍ୟାଚ ଅନ୍ୟତ୍ର ଖେଳାଯିବାକୁ ବିସିସିଆଇ ବିଚାର କଲେ ହାଇଦ୍ରାବାଦ ଆୟୋଜନ କରିବ କହିଛନ୍ତି ଆଝାରୁଦ୍ଦିନ ।
ମୁମ୍ବାଇ ସହରରେ କୋରୋନା ସଂକ୍ରମଣ ମାମଲାରେ ବୃଦ୍ଧି ପରେ ଇନ୍ଦୋର ଓ ହାଇଦ୍ରାବାଦକୁ ଷ୍ଟାଣ୍ଡବାଏ ଭେନ୍ୟୁ ଭାବେ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ମୁମ୍ବାଇରେ ମୋଟ 10ଟି ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।
ୱାଙ୍ଖେଡେ ଷ୍ଟାଡିୟମର ଗ୍ରାଉଣ୍ଡଷ୍ଟାଫ ଓ ଇଭେଣ୍ଟ ମ୍ୟାନେଜର କୋରୋନା ଆକ୍ରାନ୍ତ ହେବାପରେ ଏହି ଷ୍ଟାଡିୟମରେ ମ୍ୟାଚ ଖେଳାଯିବାକୁ ନେଇ ଆଶଙ୍କା ଦେଖାଦେଇଛି ।
ଫଳରେ ଟ୍ବିଟ ଯୋଗେଁ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଆଇପିଏଲ 2021ର ମ୍ୟାଚ ସୁରକ୍ଷିତ ଭାବେ ସୁରୁଖୁରୁରେ ଆୟୋଜନ ପାଇଁ ଆଗ୍ରହୀ ଥିବା ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ଆଝାରୁଦ୍ଦିନ ।