ଓଡିଶା

odisha

By

Published : Feb 18, 2021, 5:41 PM IST

ETV Bharat / sports

ଆଇପିଏଲ 2021 ନିଲାମ: ସ୍ମିଥଙ୍କୁ 2.2 କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ ଫ୍ରାଞ୍ଜାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କୁ 2.2 କୋଟିରେ କିଣିଛି । ପୂର୍ବ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ ସ୍ମିଥ । ଅଧିକ ପଢନ୍ତୁ...

IPL 2021 Auction: Smith picked up by Delhi Capitals for Rs 2.2 cr
ଆଇପିଏଲ 2021 ନିଲାମ: ସ୍ମିଥଙ୍କୁ 2.2 କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

ଚେନ୍ନାଇ:ଆଇପିଏଲ ଫ୍ରାଞ୍ଜାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କୁ କିଣିଛି । ଚେନ୍ନାଇରେ ଜାରି ରହିଥିବା ଆଇପିଏଲ ମିନି ନିଲାମ ପ୍ରକ୍ରିୟାରେ ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ସ୍ମିଥଙ୍କୁ 2.2 କୋଟିରେ କିଣିଛି ଦିଲ୍ଲୀ । ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ ସ୍ମିଥଙ୍କୁ ରିଲିଜ କରିଥିଲା ।

ଅନ୍ୟପଟେ ବେସ ପ୍ରାଇସ 50 ଲକ୍ଷ ଥିବା ଭାରତୀୟ ବ୍ୟାଟ୍ସମ୍ୟାନ କରୁଣ ନାୟରଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି । ଏଥିସହ ବେସ ପ୍ରାଇସ 1.5 କୋଟି ଥିବା ଦୁଇ ଇଂଲଣ୍ଡ କ୍ରିକେଟର ଆଲେକ୍ସ ହେଲ୍ସ ଓ ଜେସନ ରୟଙ୍କୁ ମଧ୍ୟ କୌଣସି ଫ୍ରାଞ୍ଚାଇଜ କିଣିନାହାଁନ୍ତି ।

ସେହିପରି ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଇଭିନ ଲୁଇସ, ଅଷ୍ଟ୍ରେଲିଆର ସୀମିତ ଓଭର କ୍ୟାପଟେନ ଆରୋନ ଫିଞ୍ଚ ଓ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ହନୁମା ବିହାରୀଙ୍କୁ ମଧ୍ୟ କୌଣସି ଫ୍ରାଞ୍ଚାଇଜ କିଣିନାହାଁନ୍ତି ।

ମିନିନିଲାମରେ ମୋଟ 291ଖେଳାଳି ସାମିଲ ହୋଇଛନ୍ତି । 164 ଭାରତୀୟ ଓ 125 ବିଦେଶୀ ଖେଳାଳି ରହିଛନ୍ତି । 3 ଜଣ ଖେଳାଳି ଆସୋସିଏଟ ଦେଶର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details