ଚେନ୍ନାଇ: ଗୁରୁବାର ଆଇପିଏଲ ନିଲାମୀରେ ସଚିନ ତେନ୍ଦୁଲରକଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଛି ଏମଆଇ(ମୁମ୍ବାଇ ଇଣ୍ଡିଆନ୍ସ ) । ତାଙ୍କର ବେସ୍ ପ୍ରାଇସ ଥିଲା 20ଲକ୍ଷ । ସେହି ବେସ୍ ପ୍ରାଇସ୍ରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ କିଣିଛି । ତେବେ ଏହା ଉପରେ ଅର୍ଜୁନ ନିଜ ପ୍ରତିକ୍ରିୟା ରଖିଛନ୍ତି ।
' ଛୋଟବେଳୁ ମୁଁ MIର ଫ୍ୟାନ, ମୋ ଉପରେ ଭରସା ଦେଖାଇବାରୁ ଧନ୍ୟବାଦ ' - ଆଇପିଏଲ ନିଲାମୀରେ ସଚିନ ତେନ୍ଦୁଲରକଙ୍କ ପୁଅ
ଗୁରୁବାର ଆଇପିଏଲ ନିଲାମୀରେ ସଚିନ ତେନ୍ଦୁଲରକଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଛି ଏମଆଇ(ମୁମ୍ବାଇ ଇଣ୍ଡିଆନ୍ସ ) । ତେବେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଉପରେ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଅର୍ଜୁନ ତେନ୍ଦୁଲକର । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

' ଛୋଟବେଳୁ ମୁଁ MIର ଫ୍ୟାନ, ମୋ ଉପରେ ଭରସା ଦେଖାଇବାରୁ ଧନ୍ୟବାଦ '
ଅର୍ଜୁନ ଏକ ଭିଡିଓରେ କହିଛନ୍ତି ଯେ, ମୁଁ ପିଲାଟି ଦିନରୁ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ବଡ ଫ୍ୟାନ । ମୋର କୋଚ, ସପୋର୍ଟ ଷ୍ଟାଫ ଓ ଟିମ ମାଲିକଙ୍କୁ ଧନ୍ୟବାଦ ଜଣାଉଛି । ମୋ ଉପରେ ଭରସା ଦେଖାଇଛନ୍ତି । ମୁଁ ମୁମ୍ବାଇ ପଲଟନ୍ରେ ଯୋଗ ଦେବାକୁ ବେଶ୍ ଉତ୍ସାହିତ ଅଛି । ବ୍ଲୁ ଗୋଲ୍ଡ ଜର୍ସି ପନ୍ଧିବା ଅପେକ୍ଷାରେ ଅଛି ।
ସୂଚନାଥାଉକି, ମୁମ୍ବାଇ ଇଣ୍ଡିଆନ୍ସ 18 ଫେବୃଆରୀରେ 11.70 କୋଟି ଖର୍ଚ୍ଚ କରିଛି ।