ଚେନ୍ନାଇ:ମୁମ୍ବାଇ କ୍ରିକେଟର ଅର୍ଜୁନ ତେନ୍ଦୁଲକର ଆଇପିଏଲ 2021 ନିଲାମି ପ୍ରକ୍ରିୟାର ଶେଷ ଖେଳାଳି ଭାବେ ସାମିଲ ହୋଇଥିଲେ। ଜୁନିୟର ତେନ୍ଦୁଲକରଙ୍କୁ ବେସ ପ୍ରାଇସ 20 ଲକ୍ଷ ଟଙ୍କାରେ 5 ଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି ।
କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ଆଇପିଏଲ ନିଲାମରେ ସାମିଲ ହୋଇଥିଲେ । ପୂର୍ବରୁ ମୁମ୍ବାଇ କ୍ୟାମ୍ପର ନେଟ ବୋଲର ଭାବେ ମଧ୍ୟ ସାମିଲ ହୋଇସାରିଥିଲେ । ୟୁଏଇରେ ଖେଳାଯାଇଥିବା ଆଇପିଏଲର 13ତମ ସଂସ୍କରଣରେ ମଧ୍ୟ ମୁ୍ମ୍ବାଇ ଟିମ ସହ ରହିଥିଲେ ।