ଚେନ୍ନାଇ:ଆଇପିଏଲ 2021 ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । 9 ଏପ୍ରିଲରୁ ଆରମ୍ଭ ହେଉଥିବା ଆଇପିଏଲର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଆରସିବି କ୍ୟାପଟେନ ବିରାଟ କୋହଲି ଗୁରୁବାର ଚେନ୍ନାଇରେ ପହଞ୍ଚିବା ସହ ଟିମର ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିଛନ୍ତି । ଏନେଇ ଫ୍ରାଞ୍ଚାଇଜ ଟ୍ବିଟ ଯୋଗେଁ ସୂଚନା ଦେଇଛି ।
ପୂର୍ବରୁ ବ୍ୟାଟ୍ସମ୍ୟାନ ଏବି ଡି ଭିଲିଅର୍ସ ଟିମର ଜୈବ ବଳୟରେ ପ୍ରବେଶ କରିଛନ୍ତି ।