ଓଡିଶା

odisha

ETV Bharat / sports

ଆଇପିଏଲ 2020: ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ଆହତ ଈଶାନ୍ତ ଶର୍ମା ବାହାର

ଆହତ କାରଣରୁ ଆଇପିଏଲରୁ ବାହାର ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲର ଈଶାନ୍ତ ଶର୍ମା ।

IPL 2020: ishant sharma ruled out from ipl 2020
ଆଇପିଏଲ 2020: ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ଆହତ ଇଶାନ୍ତ ଶର୍ମା ବାହାର

By

Published : Oct 12, 2020, 9:04 PM IST

ହାଇଦ୍ରାବାଦ: ଆଇପିଏଲର 13ତମ ସଂସ୍କରଣରେ ଦମଦାର ଫର୍ମରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଆଉ ଏକ ବଡ ଝଟକା । ଟିମର ଅଭିଜ୍ଞ ବୋଲର ଈଶାନ୍ତ ଶର୍ମା ଆହତ କାରଣରୁ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛନ୍ତି ।

ଈଶାନ୍ତ ଶର୍ମା ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା ପରେ ଆଇପିଏଲରୁ ବାହାର ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅଭ୍ୟାସ ସମୟରେ ଈଶାନ୍ତ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ତେବେ ପରେ ଗୋଟିଏ ମ୍ୟାଚ ଖେଳିବାକୁ ସୁଯୋଗ ମିଳିଥିଲା ।

ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନର ଅମିତ୍ର ମିଶ୍ର ମଧ୍ୟ ଆହତ କାରଣରୁ ବାଦ ପଡିସାରିଛନ୍ତି । ଫଳରେ ଏବେ ଈଶାନ୍ତ ବାଦ ପଡିବା ଆୟରଙ୍କ ଟିମଙ୍କ ପାଇଁ ବଡ ଝଟକା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details