ହାଇଦ୍ରାବାଦ: ସମଗ୍ର ବିଶ୍ବର କ୍ରିକେଟ ଫ୍ୟାନ୍ସ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣର ଅପେକ୍ଷାରେ ରହିଛନ୍ତି । ଆଇପିଏଲ 2020 ଆୟୋଜନ ନେଇ ଜୁଲାଇ 17ରେ ଭାରତୀୟ ସର୍ବୋଚ୍ଚ କ୍ରିକେଟ ପରିଚାଳନା ବୋର୍ଡ ବିସିସିଆଇର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।
ୟୁଏଇରେ ଆଇପିଏଲ 2020 ସମ୍ଭାବନା, ଜୁଲାଇ 17ରେ ଚୁଡାନ୍ତ ନିଷ୍ପତି କୋରୋନା ସଂକ୍ରମଣର ସ୍ଥିତିକୁ ଦେଖିଲେ ଏହି ମେଗା ଇଭେଣ୍ଟ ଭାରତରେ ଆୟୋଜନ କରାଯିବା ଅସମ୍ଭବ ପ୍ରତୀତ ହେଉଛି । ଫଳରେ ଚଳିତ ବର୍ଷ ଆଇପିଏଲ ଆୟୋଜକ ରେସ୍ ରେ ଆଗରେ ଥିବା ୟୁଏଇକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ରହିଛି ।
ୟୁଏଇରେ ଆଇପିଏଲ 2020 ସମ୍ଭାବନା, ଜୁଲାଇ 17ରେ ଚୁଡାନ୍ତ ନିଷ୍ପତି ୟୁଏଇରେ ଆଇପିଏଲ ଆୟୋଜନ ସମ୍ଭାବନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ବିସିସିଆଇ ଭାରତରେ ଆଇପିଏଲ ଆୟୋଜନ ନେଇ ବିଚାର କରୁଥିଲା । ମାତ୍ର ମୁମ୍ବାଇ ଓ ପୁନେରେ ସ୍ଥିତି ସାଂଘାତିକ ଯୋଗୁଁ ଏହା ଅସମ୍ଭବ ଅନୁଭବ ହେଉଥିବା ବିସିସିଆଇ ସୁତ୍ରରୁ ଜଣାପଡିଛି ।
ଏହି ପରିସ୍ଥିତିରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଖେଳାଯିବା ସମ୍ଭାବନା ସର୍ବାଧିକ ରହିଛି । ତେବେ ଜୁଲାଇ 17ରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହେବ । ମାତ୍ର ଟି-20 ବିଶ୍ବକପ 2020 ବାତିଲ ପରେ ହିଁ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହେବ ।
ୟୁଏଇରେ ଆଇପିଏଲ 2020 ସମ୍ଭାବନା, ଜୁଲାଇ 17ରେ ଚୁଡାନ୍ତ ନିଷ୍ପତି ପୂର୍ବରୁ ବିନା ଆଇପିଏଲରେ ଗୋଟିଏ ବର୍ଷ ଶେଷ ଦେଖିବାକୁ ଚାହାନ୍ତି ନାହିଁ କହି, ଆୟୋଜନ ନେଇ ସଙ୍କେତ ଦେଇଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କହିଥିଲେ, "ମାତ୍ର 30ରୁ 40 ଦିନର ସମୟ ଆବଶ୍ୟକ, ପ୍ରାଥମିକତା ଦୃଷ୍ଟିରୁ ଭାରତରେ ଆୟୋଜନ ଲକ୍ଷ୍ୟ ରହିଛି । ତେବେ ଏହା କେବେ କେଉଁଠାରେ, ସ୍ପଷ୍ଟ ହୋଇନାହିଁ ।"
ୟୁଏଇରେ ଆଇପିଏଲ 2020 ସମ୍ଭାବନା, ଜୁଲାଇ 17ରେ ଚୁଡାନ୍ତ ନିଷ୍ପତି ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ