ଓଡିଶା

odisha

ETV Bharat / sports

ଆଇପିଏଲ 2020: ଏକାଧିକ ସୁପର ଓଭର, ଆଇସିସିର ମଜାଦାର ନିୟମ

ଆଇସିସିର ନିୟମ ଅନୁଯାୟୀ, କୌଣସି ବ୍ୟାଟ୍ସମ୍ୟାନ କିମ୍ବା ବୋଲର ପୂର୍ବ ସୁପର ଓଭରରେ ଆଉଟ ହୋଇଥିଲେ ଅବା ବୋଲିଂ କରିଥିଲେ ପରବର୍ତ୍ତୀ ସୁପର ଓଭରରେ ବ୍ୟାଟିଂ- ବୋଲିଂ କରିପାରିବେ ନାହିଁ । ଅଧିକ ପଢନ୍ତୁ:

By

Published : Oct 19, 2020, 9:01 PM IST

IPL 2020: The tied super over conundrum
ଆଇପିଏଲ 2020: ଏକାଧିକ ସୁପର ଓଭର, ଆଇସିସିର ମଜାଦାର ନିୟମ

ହାଇଦ୍ରାବାଦ: ଜାରି ରହିଛି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣ । ସଂଘର୍ଷପୂର୍ଣ୍ଣ ଲଢେଇ ଠାରୁ ନେଇ ଶେଷ ବଲର ରୋମାଞ୍ଚ ପର୍ଯ୍ୟନ୍ତ, ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ ଫ୍ୟାନ୍ସଙ୍କୁ କରିନି ନିରାଶ ।

ତେବେ ରବିବାର ଦେଖିବାକୁ ମିଳିଥିଲା କିଛି ବିରଳ ଘଟଣା । କିଙ୍ଗ୍ସ ଇଲେଭନ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସୁପର ଓଭରରେ ଟାଇ ମ୍ୟାଚ ଦେଖିବାକୁ ମିଳିଥିଲା ।

ଜଶପ୍ରୀତ ବୁମରା ଓ ମହମ୍ମଦ ସାମି ଦ୍ବିତୀୟ ସୁପର ଓଭରରେ ବୋଲିଂ କରିପାରିବେ ନାହିଁ ବୋଲି ସ୍ପଷ୍ଟ ହେବା ପରେ ବଡଧରଣର ଡ୍ରାମା ଦେଖିବାକୁ ମିଳିଥିଲା ।

ପ୍ରଥମ ସୁପର ଓଭରରେ ଉଭୟ ଟିମ 5 ରନରେ ଅଟକିବା ପରେ, ଫଳାଫଳ ନିର୍ଣ୍ଣୟ ପାଇଁ ମ୍ୟାଚ ଦ୍ବିତୀୟ ସୁପରକୁ ଯାଇଥିଲା ।

କଣ ଘଟିଥିଲା ଦୁଇ ସୁପର ଓଭରରେ...

ଜଶପ୍ରୀତ ବୁମରା ପ୍ରଥମେ ବୋଲିଂ କରିବା ସହ 5 ରନରେ ପଞ୍ଜାବକୁ ରୋକିଥିଲେ । ସେହି ଓଭରରେ ନିକୋଲାସ ପୁରୋନ ଓ କେଏଲଙ୍କୁ ଆଉଟ ମଧ୍ୟ କରିଥିଲେ ।

ଜବାବରେ ମହମ୍ମଦ ସାମି ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ୟର୍କର ପ୍ରତି ଆକ୍ରମଣ କରିଥିଲେ । ରୋହିତ ଶର୍ମା ଓ କ୍ବିଣ୍ଟନ ଡିକକଙ୍କୁ ସମାନ 5 ରନରେ ଅଟକାଇ ଦେଇଥିଲେ । ଏହା ପଞ୍ଜାବ ପାଇଁ ଆଶ୍ବସ୍ଥିକର ହୋଇଥିଲା ।

ଫଳରେ ଦ୍ବିତୀୟ ସୁପର ଓଭର ଖେଳାଯାଇଥିଲା ।

ଆଇପିଏଲ 2020: ଏକାଧିକ ସୁପର ଓଭର, ଆଇସିସିର ମଜାଦାର ନିୟମ

ତେବେ ଦ୍ବିତୀୟ ସୁପର ଓଭରରେ ଏମିତି ରହିଛି ଆଇସିସି ଗାଇଡଲାଇନ:

"କୌଣସି ବ୍ୟାଟ୍ସମ୍ୟାନ ପୂର୍ବ ସୁପର ଓଭରରେ ଆଉଟ ହୋଇଥିଲେ ପରବର୍ତ୍ତୀ ସୁପର ଓଭରରେ ବ୍ୟାଟିଂ କରିପାରିବେ ନାହିଁ ।"

"କୌଣସି ବୋଲର ପୂର୍ବ ସୁପର ଓଭରରେ ବୋଲିଂ କରିଥିଲେ, ପରବର୍ତ୍ତୀ ସୁପର ଓଭରରେ ବୋଲିଂ ପାଇଁ ଅଯୋଗ୍ୟ ହେବେ ।"

ନିୟମ ଅନୁଯାୟୀ, କିଙ୍ଗ୍ସ ଇଲେଭେନ ପଞ୍ଜାବର କେଏଲ ରାହୁଲ ଓ ନିକୋଲାସ ପୁରନ ଉଭୟ ପ୍ରଥମ ସୁପର ଓଭରରେ ବୁମରାଙ୍କ ବଲରେ ଆଉଟ ହୋଇଥିଲେ । ଫଳରେ ପରବର୍ତ୍ତୀ ସୁପର ଓଭରରେ ବ୍ୟାଟିଂ ପାଇଁ ଅଯୋଗ୍ୟ ହୋଇଥିଲେ । ସମାନ ନିୟମ ମଧ୍ୟ ଲାଗୁ ହୋଇଥିଲା ମୁମ୍ବାଇର କ୍ବିଣ୍ଟନ ଡି କକଙ୍କ ପାଇଁ । କାରଣ ପ୍ରଥମ ସୁପର ଓଭରରେ ରନ ଆଉଟ ହୋଇଥିଲେ ଡି କକ ।

ବୋଲର- ଜଶପ୍ରୀତ ବୁମରା ଓ ମହମ୍ମଦ ସାମି ମଧ୍ୟ ନିଜ ଟିମର କ୍ୟାପଟେନଙ୍କ ଦ୍ବାରା ପ୍ରଥମ ସୁପର ଓଭର ବୋଲିଂ କରିବାକୁ ଚୟନ ହୋଇଥିଲେ । ଫଳରେ ଦ୍ବିତୀୟ ସୁପର ଓଭରରେ ଉଭୟଙ୍କୁ ବୋଲିଂ ଅନୁମତି ମିଳିନଥିଲା ।

ଆଇସିସିର ନିୟମ ଦ୍ବାରା, ମୁମ୍ବାଇ ପକ୍ଷରୁ ବ୍ୟାଟିଂ ପାଇଁ ଆସିଥିଲେ କିରଣ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଅନ୍ୟପଟେ ପଞ୍ଜାବ ପାଇଁ ମୟଙ୍କ ଅଗ୍ରୱାଲ ଓ କ୍ରିସ ଗେଲ ବ୍ୟାଟିଂ ପାଇଁ ଆସିଥିଲେ । ଟ୍ରେଣ୍ଟ ବୋଲ୍ଟ ଓ କ୍ରିସ ଜୋର୍ଡାନ ଯଥାକ୍ରମେ ମୁମ୍ବାଇ ଓ କିଙ୍ଗ୍ସ ଇଲେଭନ ପଞ୍ଜାବ ପାଇଁ ବୋଲିଂ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details