ଓଡିଶା

odisha

ETV Bharat / sports

ଆଇପିଏଲ 2020: ଆହତ ଭୁବିଙ୍କ ସ୍ଥାନରେ ସାମିଲ ହେଲେ ଏହି ଖେଳାଳି - srh

ପୃଥୀବି ରାଜ ଭୁବିଙ୍କ ସ୍ଥାନରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିବେ । ସନରାଇଜର୍ସ ହାଇଦ୍ରାବାଦ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛି ।

ଆଇପିଏଲ 2020: ଆହାତ ଭୁବିଙ୍କ ସ୍ଥାନରେ ସାମିଲ ହେଲେ ଏହି ଖେଳାଳି
ଆଇପିଏଲ 2020: ଆହାତ ଭୁବିଙ୍କ ସ୍ଥାନରେ ସାମିଲ ହେଲେ ଏହି ଖେଳାଳି

By

Published : Oct 6, 2020, 8:10 PM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ପାଇଁ ଖେଳିଥିବା ପୃଥୀବିରାଜ ୟାରଙ୍କୁ ଆଇପିଏଲର 13 ତମ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଆହତ ହେବା ପରେ ଦଳରେ ସାମିଲ ହୋଇଛନ୍ତି ।

ଆଇପିଏଲ 2020: ଆହାତ ଭୁବିଙ୍କ ସ୍ଥାନରେ ସାମିଲ ହେଲେ ଏହି ଖେଳାଳି

ପୃଥୀବି ରାଜ ଭୁବିଙ୍କ ସ୍ଥାନରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିବେ । ସନରାଇଜର୍ସ ହାଇଦ୍ରାବାଦ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛି । ସନରାଇଜର୍ସ ହାଇଦ୍ରାବାଦ ଟ୍ୱିଟରରେ ଲେଖିଛି, ‘‘ଭୁବନେଶ୍ୱର କୁମାର ଆହତ କାରଣରୁ ଆଇପିଏଲ୍ 2020ରେ ଖେଳି ପାରିବେ ନାହିଁ । ଆମେ ଶୀଘ୍ର ତାଙ୍କ ସୁସ୍ଥ କାମନା କରୁଛୁ । ଅବଶିଷ୍ଟ ମ୍ୟାଚ୍‌ରେ ପୃଥୀବିରାଜ ୟାର ଭୁବିଙ୍କ ସ୍ଥାନରେ ଖେଳିବେ ।’’

ଆନ୍ଧ୍ରର ଏହି ବୋଲର ପ୍ରଥମ ଶ୍ରେଣୀର 11 ଟି ମ୍ୟାଚରେ 39 ୱିକେଟ୍ ନେଇଛନ୍ତି । ସେ ଖୁବଶୀଘ୍ର ୟୁଏଇ ପହଁଚି ଦଳରେ ଯୋଗଦେବେ । ଗତ ସିଜିନରେ ପୃଥୀବି ରାଜ କୋଲକାତା ନାଇଟ୍ ରାଇଡର୍ସ ଦଳର ଅଂଶ ଥିଲେ । ସେ ଗତ ସିଜନରେ 2 ଟି ମ୍ୟାଚ୍ ଖେଳି କୋଲକାତା ପାଇଁ 1 ୱିକେଟ୍ ନେଇଥିଲେ । ତାଙ୍କର ଏକମାତ୍ର ଆଇପିଏଲ୍ ୱିକେଟ୍ ହେଉଛି ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନରଙ୍କର ।

ଆଇପିଏଲ 2020: ଆହାତ ଭୁବିଙ୍କ ସ୍ଥାନରେ ସାମିଲ ହେଲେ ଏହି ଖେଳାଳି

ଉଲ୍ଲେଖଥାଉ କି, ଅକ୍ଟୋବର 2ରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ 19 ତମ ଓଭରରେ ଭବନେଶ୍ୱର କୁମାରଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ଏହି ଓଭରରେ ସେ କେବଳ ଗୋଟିଏ ବଲ ପକାଇ ପାରିଥିଲେ । ଏହା ପରେ ସେ ପାଭିଲିୟନ ଫେରି ଆସିଥିଲେ । ଭୁବି ଚଳିତ ସିଜନରେ 4 ଟି ମ୍ୟାଚ୍ ଖେଳି 3 ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ଭୁବି ଆଇପିଏଲ୍ କ୍ୟାରିୟରରେ ଏପର୍ଯ୍ୟନ୍ତ 121 ମ୍ୟାଚରେ 136 ୱିକେଟ୍ ନେଇଛନ୍ତି । ଭୁବନେଶ୍ୱର କୁମାର 2014 ରୁ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍ ଦଳର ଏକ ଅଂଶ ରହିଆସିଛନ୍ତି ।

ଭୁବନେଶ୍ୱର କୁମାରଙ୍କ ଆଘାତ ଉପରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଅଫ୍ ଇଣ୍ଡିଆ (ବିସିସିଆଇ) ର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ଯେ ଏହା ଏକ କିମ୍ବା ଦୁଇଟି ଆଘାତର ସମ୍ଭାବନା, ଅର୍ଥାତ ସେ ଅତି କମରେ 6ରୁ 8 ସପ୍ତାହ ପର୍ଯ୍ୟନ୍ତ କ୍ରିକେଟ୍ ଠାରୁ ଦୂରରେ ରହିବେ। । ଏହି କାରଣରୁ ସେ ଅଷ୍ଟ୍ରେଲିଆ ଗସ୍ତରୁ ମଧ୍ୟ ବାଦ ପଡିପାରନ୍ତି ।

ABOUT THE AUTHOR

...view details