ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13ତମ ସଂସ୍କରଣର ବହୁ ପ୍ରତୀକ୍ଷିତ ଖେଳସୂଚୀ ରବିବାର ପ୍ରକାଶ ପାଇବ ବୋଲି ଆଇପିଏଲ ପରିଚାଳନା ପରିଷଦ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଶନିବାର କହିଛନ୍ତି ।
ସେପ୍ଟେମ୍ବର 19ରୁ ଆଇପିଏଲ୍ 2020 ଆରମ୍ଭ ହେବାର ଯୋଜନା ରହିଛି ଏବଂ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି, କେଉଁ ଦିନ ସେମାନଙ୍କର ପ୍ରିୟ ଦଳ ପଡିଆକୁ ଓହ୍ଲାଇବେ । ବ୍ରିଜେଶ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ୍ତାକାଲି ଖେଳସୂଚୀ ପ୍ରକାଶ ପାଇବ।