ଆବୁଧାବି: ଆଇପିଏଲର 50ତମ ମୁକାବିଲାରେ ଆଜି(ଶୁକ୍ରବାର) କିଙ୍ଗ୍ସ ଇଲେଭନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେଉଛି ।
ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।
ପ୍ଲେ-ଅଫରେ ସ୍ଥାନ ପାଇଁ ଏହି ମ୍ୟାଚ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ରାଜସ୍ଥାନ ରୟାଲ୍ସ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି ଟିମ । ଅନ୍ୟପଟେ ବିଜୟ ସହ ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି କିଙ୍ଗ୍ସ ଇଲେଭନ ପଞ୍ଜାବ ।