ଦୁବାଇ:ଆଜି ସୁପର ସଣ୍ଡେରେ ଡବଲ ଧମକା । ଆଜିର 2ୟ ମ୍ୟାଚରେ ମୁହାଁମୁହିଁ ହେବେ କୋକଲକତା-ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର । ଦୁବାଇ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ପ୍ଲେ-ଅଫ ରେସର ଦୁଇ ପଏଣ୍ଟ ପାଇଁ ଲଢିବେ ଦୁଇ ଦଳ ।
ତେବେ ଯଦି ଇୟନ ମୋର୍ଗାନଙ୍କ କୋଲକତା ଦଳ କଥା କହିବା, ଚଳିତ ସଂସ୍କରଣରେ ଦଳ ମିଶ୍ରିତ ପ୍ରଦର୍ସନ କରିଛି । ଶେଷ ମ୍ୟାଚରେ ଚେନ୍ନାଇଠାରୁ ପରାଜୟ ପରେ ଦଳର ପ୍ଲେ-ଅଫ ରାସ୍ତ ଅଦ୍ୟାବଧି ଶେଷ ହୋଇଯାଇଥିଲା । ମାତ୍ର ପଏଣ୍ଟ ଟେବୁଲର ଏମିତି କିଛି ସମୀକରଣ ପାଇଁ ଦଳ ଏବେ ବି ପ୍ଲେ-ଅଫ ଦୌଡରେ ରହିଛି । ଦଳର ବ୍ୟାଟିଂ ଅର୍ଡର ଏବେ ଯାହା ସଠିକ୍ ପ୍ରାମାଣିତ ହୋଇପାରି ନାହିଁ । ଓପନର ଶୁଭମନ ଗିଲ ଠିକ୍ଠାକ ପ୍ରଦର୍ଶନ କରୁଥିଲେ ମଧ୍ୟ ଦଳକୁ ସେହି ମଜବୁତ ଆରମ୍ଭ ଦେଇପାରୁନାହାନ୍ତି । ତାଙ୍କ ବ୍ୟତିତ ନିତିଶ ରାଣା, ଇଅନ ମୋର୍ଗାନ ଓ ରାହୁଲ ତ୍ରିପାଠୀଙ୍କ କାନ୍ଧରେ ରହିଛି ବ୍ୟାଟିଂ ଭାର । ବୋଲିଂ ବିଭାଗରେ ବରୁଣ ଚକ୍ରବର୍ତ୍ତି, ପ୍ୟାଟ କମିନ୍ସ ଓ ନାଗରୋକୋଟି ଶାନଦାର ଲୟରେ ନଜର ଆସୁଛନ୍ତି ।
ସେହିପରି ରାଜସ୍ଥାନ ଦଳ କଥା କହିବା, ଗତ ମ୍ୟାଚରେ ପଞ୍ଜାକୁ ମାତ୍ ଦଳ ନିଜର ପ୍ଲେ-ଅଫ ଆଶା ଉଦଜୀବିତ ରଖିଛି । ତେଣୁ ଆଜି ମ୍ୟାଚରେ କେକେଆରକୁ ହରାଇ ପ୍ଲେ-ଅଫରେ ଜାଗା ପକ୍କା କରିବା ପାଇଁ ଚାହିଁବ ଆରଆର । ବେନ ଷ୍ଟୋକ୍ସଙ୍କ ଯୋଗଦାନ ପରେ ଦଳର ବ୍ୟାଟିଂ ଲାଇଅର୍ଡର ଏବେ ଖତରନାକ ହୋଇଯାଇଛି । ସେହିପରି ତାଙ୍କ ସାଥିରେ ରହିଛନ୍ତି ସୁଞ୍ଜୁ ସାମସନ, ଷ୍ଟିଭ ସ୍ମିଥ ଓ ଜୋସ ବଟଲରଙ୍କ ସହ ନିମ୍ନ କ୍ରମରେ ରାହୁଲ ତେୱଟିଆ । ସେହିପରି ବୋଲିଂ ବିଭାଗରେ ଜୋଫ୍ରା ଆର୍ଚରଙ୍କଠାରୁ ଦଳ ଅନେକ ଆଶା ରଖିଛି ।