ଦୁବାଇ: ଆରମ୍ଭ ହୋଇସାରିଛି ଆଇପିଏଲ 2020 ପାଇଁ କାଉଣ୍ଟଡାଉନ । ଟୁର୍ଣ୍ଣାମେଣ୍ଟକୁ ମାତ୍ର 3 ସପ୍ତାହରୁ କମ ସମୟ ଥିବାବେଳେ, ୟୁଏଇରେ ଅଭ୍ୟାସ ଆରମ୍ଭ କରିଛି ଟିମ । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ ଆଇପିଏଲର 13ତମ ସଂସ୍କରଣ ପାଇଁ ଅଭ୍ୟାସ ଆରମ୍ଭ କରିଛି ।
ସର୍ବାଧିକ ଥର ଆଇପିଏଲ ଟ୍ରଫି ବିଜୟ ସହ ଟୁର୍ଣ୍ଣାମେଣ୍ଟର ସଫଳତମ ଦଳ ରହିଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଗତ ସଂସ୍କରଣରେ 4ର୍ଥ ଥର ପଇଁ ଚମ୍ପିଆନ ହୋଇ ଟ୍ରଫି ବିଜେତା ହୋଇଥିଲା ମୁମ୍ବାଇ । ଫଳରେ ଟିମର ପ୍ରସ୍ତୁତି ଉପରେ ସମସ୍ତଙ୍କ ନଜର ରହିଛି ।
ୟୁଏଇରେ ପହଞ୍ଚିବା ପରେ 6ଦିନ ଆଇସୋଲେସନରେ ରହିବାପରେ, ଦୁବାଇର ଜାୟଦ କ୍ରିକେଟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି । ଅଭ୍ୟାସ ସମୟର ଫଟୋ ଫ୍ରାଞ୍ଚାଇଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସେୟାର କରାଯାଇଛି ।