ଓଡିଶା

odisha

By

Published : Oct 6, 2020, 11:01 PM IST

ETV Bharat / sports

ଆଇପିଏଲ୍ 2020: କାହିଁକି ଜର୍ସି ନମ୍ବର 999ରୁ 9କୁ ଲୁଚାନ୍ତି ଅଶ୍ବିନ, ଜାଣନ୍ତୁ କାରଣ...

ମିଶ୍ର ଏବେ ଟୁର୍ଣ୍ମାମେଣ୍ଟରୁ ବାଦ ପଡିବା ପରେ ଅଶ୍ବିନ ତାଙ୍କ ଜର୍ସିରେ ଗୋଟିଏ ‘9’ ଏବେ ଆଚ୍ଛାଦନ କରିଛନ୍ତି ।

ଆଇପିଏଲ୍ 2020: କାହିଁକି ଜର୍ସି ନମ୍ବର 999ରୁ 9କୁ ଲୁଚାନ୍ତି ଅଶ୍ବିନ, ଜାଣନ୍ତୁ କାରଣ...
ଆଇପିଏଲ୍ 2020: କାହିଁକି ଜର୍ସି ନମ୍ବର 999ରୁ 9କୁ ଲୁଚାନ୍ତି ଅଶ୍ବିନ, ଜାଣନ୍ତୁ କାରଣ...

ହାଇଦ୍ରାବାଦ:ରବିଚନ୍ଦ୍ରନ ଅଶ୍ବିନ ଆରମ୍ଭରୁ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଓପନିଂ ମ୍ୟାଚ୍ ସମୟରେ କାନ୍ଧରେ ଆଘାତ ଲାଗିବାରୁ କିଛି ମ୍ୟାଚରୁ ବାଦ ପଡିଥିଲେ । ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପରବର୍ତ୍ତୀ ଦୁଇଟି ମ୍ୟାଚ ସେ ଖେଳିପାରି ନାହାଁନ୍ତି |

ତେବେ ସେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚ ପାଇଁ ପୁଣି ପଡିଆକୁ ଫେରିଥିଲେ । ପରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚରେ ତାମିଲନାଡୁର ସ୍ପିନରଙ୍କ ଜର୍ସି ନମ୍ବରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ତେବେ ପୂର୍ବରୁ ତାଙ୍କ ଜର୍ସି ନମ୍ବର 99 ରହିଥିବା ବେଳେ ଏହି ମ୍ୟାଚରେ ସେ 999 ନମ୍ବର ଜର୍ସି ପିନ୍ଧିଥିଲେ ।

ତେବେ ଦୁବାଇରେ ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ଡିସିର ଲେଗ ସ୍ପିନର ଅମିତ ମିଶ୍ରଙ୍କୁ ଆଇପିଏଲରୁ ବାଦ୍ ପଡିଥିଲେ । କାରଣ କେକେଆର ବିପକ୍ଷ ମ୍ୟାଚରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଉକ୍ତ ମ୍ୟାଚରେ ମିଶ୍ରାଙ୍କ ଜର୍ସି ନଂ ମଧ୍ୟ 99ଥିଲା ଏବଂ ଅଶ୍ୱିନଙ୍କ 999 । ମାତ୍ର ମିଶ୍ର ଏବେ ଟୁର୍ଣ୍ମାମେଣ୍ଟରୁ ବାଦ ପଡିବା ପରେ ଅଶ୍ବିନ ତାଙ୍କ ଜର୍ସିରେ ଗୋଟିଏ ‘9’ ଏବେ ଆଚ୍ଛାଦନ କରିଛନ୍ତି ।

ABOUT THE AUTHOR

...view details