ଦୁବାଇ: ଆଇପିଏଲରେ ଆଝି ଖେଳାଯାଉଛି 44ତମ ମ୍ୟାଚ । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାମ୍ନାରେ ରହିଛି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ।
ଟସ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି ।
ଏହି ମ୍ୟାଚରେ ବିଜୟ ସହ ପ୍ଲେ-ଅଫ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ବିରାଟ କୋହଲିଙ୍କ ଆରସିବି । ଅନ୍ୟପଟେ ନୈରାଶଜନକ ପ୍ରଦର୍ଶନ ସହ ପଏଣ୍ଟ ଟେବୁଲର ଶେଷରେ ରହି ପ୍ଳେ-ଅଫ ଦୌଡରୁ ବାଦ ପଡିଛି ସିଏସକେ । ତେବେ ଚେନ୍ନାଇ ବିପକ୍ଷ ଏହି ମ୍ୟାଚରେ ଆରସିବି ଗ୍ରୀନ ଜର୍ସି ପିନ୍ଧି ଖେଳୁଛି ।