ଶାରଜାହ: ଆଇପିଏଲର 34ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ସିଏସକେ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି । ନିର୍ଧାରିତ 20 ଓଭରରେ 179 ରନ ସଂଗ୍ରହ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 180 ରନର ବିଜୟ ଲକ୍ଷ୍ୟ ରହିଛି ।
ଚେନ୍ନାଇ ପକ୍ଷରୁ 47 ବଲରୁ 58 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ଫାପ ଡୁପ୍ଲେସିସ୍ । ଏହି ଇଂନିସରେ 6ଟି ଚୌକା ଓ 2ଟି ଛକା ରହିଛି । ସେନ ୱାଟସନ 28 ବଲରୁ 36 ରନର ଇଂନିସ ଖେଳିଛନ୍ତି । ତେବେ ଚେନ୍ନାଇ ବ୍ୟାଟିଂର ହିରୋ ସାଜିଥିଲେ ଅମ୍ବାତି ରାୟୁଡୁ ଓ ରବିନ୍ଦ୍ର ଜାଡେଜା । ରାୟୁଡୁ 25 ବଲରୁ ଧୁଆଁଧାର 45 ଓ ଜାଡେଜା 13 ବଲରୁ 33 ରନର ଇଂନିସ ଖେଳିଛନ୍ତି । ତେବେ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ମାତ୍ର 3 ରନରେ ୱିକେଟ ହରାଇଥିଲେ ।