ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ 2020ରେ ଶନିବାର ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ 5 ୱିକେଟରେ ବିଜୟୀ ହୋଇଥିଲା । 159 ରନର ବିଜୟ ଲକ୍ଷ୍ୟକୁ ପିଛାକରିଥିବା ରାଜସ୍ଥାନ, ମ୍ୟାଚର 12 ଓଭର ସୁଦ୍ଧା 78 ରନର 5 ୱିକେଟ ହରାଇ ବିଜୟ ପାଇଁ ସଂଘର୍ଷ କରୁଥିଲା । ପରେ ରିଆନ ପରାଗ ଓ ରାହୁଲ ତେୱାତିଆ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଟିମକୁ ବିଜୟୀ କରାଇଥିଲେ । ଉଭୟ ଖେଳାଳିଙ୍କ ସାମ୍ନାରେ 48 ବଲରୁ 81 ରନ ସଂଗ୍ରହ କରିବାର ଚ୍ୟାଲେଞ୍ଜ ରହିଥିଲା ।