ହାଇଦ୍ରାବାଦ: ସେପ୍ଟେମ୍ବର 6ରେ ବିସିସିଆଇ ଆଇପିଏଲର 13ତମ ସଂସ୍କରଣର ମ୍ୟାଚ ସୂଚୀ ଘୋଷଣା କରିଥିଲା । ମାତ୍ର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପ୍ଲେ-ଅଫ ସୂଚୀ ଜାରି କରିନଥିଲା । ସ୍ଥିତିକୁ ନଜରରରେ ରଖି ପ୍ଲେ-ଅଫ ସୂଚୀ ଘୋଷଣା ହେବ ବୋଲି କୁହାଯାଇଥିଲା ।
ତେବେ ଆଇପିଏଲ 2020 ଶେଷ ହେବାକୁ ଯାଉଥିବାବେଳେ, ପ୍ରତ୍ୟେକ ମ୍ୟାଚ ପରେ ପ୍ଲେ-ଅଫ ଚିତ୍ର ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି । ଫଳରେ ରବିବାର ବିସିସିଆଇ ପ୍ଲେ-ଅଫ ସୂଚୀ ଆଇପିଏଲ ୱେବସାଇଟରେ ଘୋଷଣା କରିଛି । ଏଥିରେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ସ୍ବାକ୍ଷର ରହିଛି ।
ପ୍ରଥମ କ୍ବାଲିଫାୟର ମ୍ୟାଚ ନଭେମ୍ବର 5ରେ ଦୁବାଇରେ ଖେଳାଯିବ । ଏଲିମିନେଟର ନଭେମ୍ବର 6ରେ ଆବୁଧାବିରେ ଖେଳାଯିବ । ସେହିପରି ଦ୍ବିତୀୟ କ୍ବାଲିଫାୟର ନଭେମ୍ବର 8ରେ ଆବୁଧାବିରେ ଖେଳାଯିବ । ଫାଇନାଲ ମ୍ୟାଚ ନଭେମ୍ବର 10ରେ ଦୁବାଇରେ ଖେଳାଯିବ ।