ହାଇଦ୍ରାବାଦ:ଗତକାଲି ମୁମ୍ବାଇ-ଚେନ୍ନାଇ ମ୍ୟାଚ ଯେତେ ଆକାର୍ଷଣୀୟ ରହିଥିଲା । ସେତେ ଚର୍ଚ୍ଚାର ଶୀରୋନାମ ପଲଟିଥିଲା । କାରଣ ଦୀର୍ଘ 7 ମାସ ପରେ କ୍ରିକେଟ ପଡିଆକୁ ଓହ୍ଲାଇଥିବା ଭାରତୀୟ କ୍ରିକେଟରଙ୍କ ମୋଟାପଣ ବେଶ ଚର୍ଚ୍ଚା ସାଉଣ୍ଟିଥିଲା । କିଛି ଭାରତୀୟ କ୍ରିକେଟରଙ୍କୁ ମଧ୍ୟ ଟ୍ରୋଲ କରାଯାଇଥିଲା ।
ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ଭିରେନ ରସକ୍ୟୁନା ଲେଖିଛନ୍ତି, ‘‘ ମୁଁ ଗଲି କ୍ରିକେଟ୍ ଠାରୁ ଅଧିକ ଖେଳି ନାହିଁ । କିନ୍ତୁ ଚଳିତ ଆଇପିଏଲରେ କିଛି ଖେଳାଳିଙ୍କୁ ଦେଖି ମୁଁ ବହୁତ ଚକିତ | କାରଣ ଖେଳାଳିମାନେ ଏତେ ଅନଫିଟ ଯେ, ମୁଁ ଅନ୍ୟ କୌଣସି ଶାରୀରିକ ଖେଳ ବିଷୟରେ ଚିନ୍ତା କରି ପାରୁ ନାହିଁ । ଯେଉଁଠାରେ ସର୍ବୋଚ୍ଚ ସ୍ତରରେ ଖେଳାଳିମାନେ ଫିଟନେସ୍ ସ୍ତରୀୟ ମୁକାବିଲା କରୁଛନ୍ତି ।’’