ନୂଆଦିଲ୍ଲୀ: ଆଇପିଏଲ 2020କୁ ଧିରେଧିରେ ଉଷ୍ମ ହେଉଛି କ୍ରିକେଟ ପାଣିପାଗ । ଆଇପିଏଲ ମ୍ୟାଚ ପ୍ରସାରଣର ସମୟ ଓ ଫାଇନାଲ ମ୍ୟାଚକୁ ନେଇ ହେଉଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମ୍ୟାଚ ପ୍ରସାରଣର ସମୟରେ କୌଣସି ପରିବର୍ତ୍ତନ ହେବନାହିଁ ଓ ଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି । ଏନେଇ ସୋମବାର ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।
ଆଇପିଏଲ 2020: ମୁମ୍ବାଇରେ ଫାଇନାଲ, ବଦଳିବନି ପ୍ରସାରଣ ସମୟ - ଆଇପିଏଲ
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଗଭର୍ଣ୍ଣିଂ ପରିଷଦ କମଟି ବୈଠକ ପରେ ମ୍ୟାଚ ପ୍ରସାରଣର ସମୟ ପୂର୍ବପରି ସନ୍ଧ୍ୟା 8ଟା ରହିବ ଏବଂ ଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଗେଡେ ଷ୍ଟାଡିୟମରେ ଖେଳାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ...
![ଆଇପିଏଲ 2020: ମୁମ୍ବାଇରେ ଫାଇନାଲ, ବଦଳିବନି ପ୍ରସାରଣ ସମୟ IPL 2020](https://etvbharatimages.akamaized.net/etvbharat/prod-images/768-512-5863234-thumbnail-3x2-wc.jpeg)
ଆଇପିଏଲ 2020
ପୂର୍ବରୁ ମ୍ୟାଚ ପ୍ରସାରଣକାରୀ ସଂସ୍ଥା ମ୍ୟାଚ ଆରମ୍ଭର ସମୟ ସନ୍ଧ୍ୟା 8.00ଟା ବଦଳରେ 7.30 କରିବାକୁ ଦାବି କରିଥିଲେ । ଏଥିସହିତ 2020 ଆଇପିଏଲର ଫାଇନାଲ ମ୍ୟାଚ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଷ୍ଟାଡିୟମରେ ହେବାନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ମାତ୍ର ବିସିସିଆଇ ସଭାପତିଙ୍କ ଘୋଷଣା ପରେ ଏ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଆଜି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଗଭର୍ଣ୍ଣିଂ ପରିଷଦ କମଟି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ମାର୍ଚ୍ଚ 29ରୁ ଆରମ୍ଭ ହେବ ବିଶ୍ବର ସର୍ବବୃହତ ଟି-20 ଲିଗ ଆଇପିଏଲ ।