ଓଡିଶା

odisha

ETV Bharat / sports

ଆଜି ପ୍ରଥମ କ୍ବାଲିଫାୟର, ଫାଇନାଲରେ ଏଣ୍ଟ୍ରି ପାଇଁ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ଟକ୍କର

ଚଳିତ ଲିଗ୍‌ର ଆଜିର ମ୍ୟାଚ ଚୟନ କରିବ ପ୍ରଥମ ଫାଇନାଲିଷ୍ଟ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପ୍ରଥମ କ୍ବାଲିଫାୟର ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ- ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ।

By

Published : Nov 5, 2020, 7:38 PM IST

ଆଜି ପ୍ରଥମ କ୍ବାଲିଫାୟର, ଫାଇନାଲରେ ଏଣ୍ଟ୍ରି ପାଇଁ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ଟକ୍କର
ଆଜି ପ୍ରଥମ କ୍ବାଲିଫାୟର, ଫାଇନାଲରେ ଏଣ୍ଟ୍ରି ପାଇଁ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ଟକ୍କର

ଦୁବାଇ: ଆଇପିଏଲର 13ତମ ସଂସ୍କରଣର ପ୍ରଥମ କ୍ବାଲିଫାୟର ମ୍ୟାଚ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚର 4ଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଆଜିର ମ୍ୟାଚରେ ଯିଏ ହାତେଇବ, ସିଏ ସିଧାସଳଖ ଡ୍ରିମ 11 ଆଇପିଏଲ 2020ର ଫାଇନାଲରେ ନିଜ ସ୍ଥାନ ପକ୍କା କରିବ । ଯିଏ ଏହି ପ୍ରଥମ କ୍ବାଲିଫାୟର ମ୍ୟାଚରେ ପରାସ୍ତ ହେବ, ସେହି ଦଳକୁ ସୁଯୋଗ ମିଳିବ କ୍ବାଲିଫାୟର-2ରେ ଏଲିମିନେଟର ମ୍ୟାଚର ବିଜେତା ସହ ଖେଳିବାର ।

ଆଜି ପ୍ରଥମ କ୍ବାଲିଫାୟର, ଫାଇନାଲରେ ଏଣ୍ଟ୍ରି ପାଇଁ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ଟକ୍କର

ସନରାଇଜର୍ସ ହାଇଦ୍ରାବାଦ 3ୟ ସ୍ଥାନରେ ରହିଥିବାବେଳେ ଆରସିବି 4ର୍ଥ ସ୍ଥାନରେ ରହିଛି । ଏହି 2ଦଳ ଏଲିମିନେଟର ମୁକାବିଲା ଖେଳିବେ ।

4ଥରର ଚମ୍ପିଆନ ପୁଣି ଆଉ ଥରେ ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ । ଅନ୍ୟପଟେ ଦିଲ୍ଲୀ ଫାଇନାଲ ମ୍ୟାଚ ଏଯାଏଁ ଖେଳି ନାହିଁ । ଶ୍ରେୟାସ ଆୟରଙ୍କ ଦଳ ଚାହିଁବ 13ତମ ସଂସ୍କରଣରେ 12ବର୍ଷର ସ୍ବପ୍ନକୁ ବାସ୍ତବରେ ପରିଣତ କରିବାକୁ ।

2ଦଳର ପ୍ରଦର୍ଶନକୁ ଦେଖିଲେ ଉଭୟ ଦଳ ଭଲ ପ୍ରଦର୍ଶନ କରିଛନ୍ତି । 2ଦଳର ବୋଲିଂ ବ୍ୟାଟିଂ ବିଭାଗରେ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି ।

ସିଜନରେ ସାନଦାର ପ୍ରଦର୍ଶନ କରିଥିବା ଦିଲ୍ଲୀ ଅନ୍ତିମ ଚରଣରେ ଫର୍ମରେ ନଥିଲେ । କିନ୍ତୁ ଅନ୍ତିମ ଲିଗ ମ୍ୟାଚରେ ଆରସିବିକୁ ପରାସ୍ତ କରି ଫ୍ଲେଅଫ୍‌ରେ ପ୍ରବେଶ କରିଛି । ବ୍ୟାଟିଂ ବିଭାଗରେ ରହାଣେ ଆରିସିବି ବିପକ୍ଷରେ ଫର୍ମକୁ ଫେରିଛନ୍ତି । ଯାହା ଦଳ ପାଇଁ ଖୁସି ଖବର । ରହାଣେ ଆରିସିବି ବିପକ୍ଷରେ ଅର୍ଦ୍ଧଶତକୀୟ ଇଂନିସ ଖେଳି ଦଳକୁ ବିଜୟର ସ୍ବାଦ ଚଖାଇଥିଲେ । ଧଓ୍ବନ ବି ଭଲ ଫର୍ମରେ ରହିଛନ୍ତି । କିନ୍ତୁ ଧଓ୍ବନଙ୍କ ଓପୋନିଂ ପାର୍ଟନର ପୃଥ୍ବୀ ଶ'ଙ୍କ ବ୍ୟାଟ ଶାନ୍ତ ପଡିଛି । ମୁମ୍ବାଇ ବିପକ୍ଷରେ ଶ'ଙ୍କ ବ୍ୟାଟିଂ ଯାଦୁ ଦେଖିବାକୁ ମିଳିବ କି ନାହିଁ ଫ୍ୟାନ୍ସଙ୍କ ନଜର ରହିବ । ଫର୍ମରେ କ୍ୟାପଟେନ ଆୟର ରହିଛନ୍ତି । ପୂର୍ବ ମ୍ୟାଚରେ ହେଟମାୟର ଏକାଦଶ ଦଳରେ ସାମିଲ ନଥିଲେ । ଆଜି ଯଦି ସେ ଟିମ୍‌ରେ ସାମିଲ ହୁଅନ୍ତି ତେବେ କେଉଁ ଖେଳାଳି ଟିମ୍‌ ବାହାରେ ରହିବେ ଦେଖିବାକୁ ରହିଲା । ବୋଲିଂ ବିଭାଗରେ ରବାଡା, ଏନରିକ, ଆର ଅଶ୍ବିନ ଓ ଅକ୍ଷର ପଟେଲ ଭଲ ଫର୍ମରେ ରହିଛନ୍ତି । ଦିଲ୍ଲୀ ବୋଲରଙ୍କ ଚେଷ୍ଟା ରହିବ ଯେପରି ମୁମ୍ବାଇ ବ୍ୟାଟ୍ସମ୍ୟାନ ଶୀଘ୍ର ଆଉଟ ହୋଇଯାଆନ୍ତୁ ।

ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା, ଡିକକ୍‌ କ୍ରମାଗତ ଭାବେ ଦଳ ପାଇଁ ରନ୍‌ କରୁଛନ୍ତି । ସେହିପରି ସୂର୍ଯ୍ୟ କୁମାର, ଇଶାନ କିଶନ ଭଲ ଫର୍ମରେ ରହିଛନ୍ତି । ଦଳର ନିମ୍ନ ଭାଗରେ ପୋଲାର୍ଡ, ହାର୍ଦ୍ଦିକ ଓ କୃଣାଳ ଟିମ ପାଇଁ ରନ୍‌ କରୁଛନ୍ତି । ମୁମ୍ବାଇର ବୋଲିଂ ବିଭାଗର 2 ଦମଦାର ବୋଲର ବୁମରାହ ଓ ଟ୍ରେଣ୍ଟ ବୋଲ୍ଟ ହାଇଦ୍ରାବାଦ ବିପକ୍ଷରେ ଟିମରେ ସାମିଲ ନଥିଲେ । ଯାହାର ପରିଣାମ ମୁମ୍ବାଇକୁ ଭୋଗିକୁ ପଡିଥିଲା । ତେବେ ଆଜିର ପ୍ରଥମ ପ୍ଲେଅଫ୍‌ ମ୍ୟାଚରେ 2ଜଣ ଦଳରେ ସାମିଲ ରହିବେ । ସ୍ପିନରେ ରାହୁଲ ଚହରଙ୍କ ଉପରେ ଟିମ୍‌ ନିର୍ଭର ।

ABOUT THE AUTHOR

...view details