ଓଡିଶା

odisha

ETV Bharat / sports

ଆଇପିଏଲ 2020: ଚେନ୍ନାଇ ସାମ୍ନାରେ 163 ରନର ବିଜୟ ଲକ୍ଷ୍ୟ

ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ 162 ରନରେ ସନ୍ତୁଷ୍ଟ ହୋଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ ପ୍ରଥମ ମୁକାବିଲାକୁ ଜିତିବା ପାଇଁ 163 ରନର ବିଜୟ ଲକ୍ଷ୍ୟ ରହିଛି ।

By

Published : Sep 19, 2020, 9:45 PM IST

Updated : Sep 19, 2020, 10:55 PM IST

IPL 2020: MI set 163 runs target for CSK in season opener
ଆଇପିଏଲ 2020: ଚେନ୍ନାଇ ସାମ୍ନାରେ 163 ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ଆବୁଧାବି: ଆରମ୍ଭ ହୋଇସାରିଛି ଆଇପିଏଲ 2020 ସଂସ୍କରଣ । ପ୍ରଥମ ମ୍ୟାଚ ଟୁର୍ଣ୍ଣାମେଣ୍ଟର ଦୁଇ ସଫଳ ଟିମ ମୁମ୍ବଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ପ୍ରାୟ ଗୋଟିଏ ବର୍ଷ ପରେ ମ୍ୟାଚ ଖେଳୁଥିବା ଧୋନି ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ 2019 ସଂସ୍କରଣର ଆଇପିଏଲ ଚମ୍ପିଆନ ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ୟାପଟେନ ରୋହିତ ଶର୍ମା ଓ କ୍ବିଣ୍ଟନ ଡିକକ ଓପନ ପାଇଁ ପଡିଆକୁ ଆସିଥିଲେ । ଉଭୟ ମିଶି ମୁମ୍ବାଇ ପାଇଁ ଭଲ ଆରମ୍ଭ ଦେଇଥିଲେ । 4.4ଓଭରରେ 46 ରନର ପାର୍ଟନରସିପ ପରେ ପ୍ରଥମ ଖେଳାଳି ଭାବେ ରୋହିତ ଆଉଟ ହୋଇଥିଲେ । ରୋହିତଙ୍କୁ ସାମ କରନଙ୍କ ହାତରେ କ୍ୟାଚ କରାଇ, ଚେନ୍ନାଇକୁ ପ୍ରଥମ ସଫଳତା ଭେଟି ଦେଇଥିଲେ ସ୍ପିନର ପିୟୁସ ଚାୱଲା । ଏହାର କିଛି ସମୟ ପରେ ଦଳୀୟ ସ୍କୋର 48 ଥିବାବେଳେ ଡିକକ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ । ରୋହିତ 10 ବଲରୁ 2 ଚୌକା ସହାୟତାରେ 12 ଓ ଡିକକ 20 ବଲରୁ 5 ଚୌକା ସହାୟତାରେ 33ରନର ଇଂନିସ ଖେଳିଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ଓ ସୌରଭ ତିୱାରୀ ମୁମ୍ବାଇ ଇଂନିସକୁ ଆଗକୁ ବଢାଇଥିଲେ । ତେବେ ଯାଦବ 17 ରନରେ ଆଉଟ ହୋଇଥିଲେ । ମାତ୍ର ସୌରଭ ତିୱାରୀ 31 ବଲରୁ 3 ଚୌକା ଓ 1 ଛକା ସହାୟତାରେ 42 ରନ କରିଛନ୍ତି । ପରେ ହାର୍ଦ୍ଦିକ ପାଣ୍ଡ୍ୟା 14 ଓ ପୋଲାର୍ଡ 18 ରନର ଯୋଗଦାନ ଦେଇଥିଲେ ।

ଫଳରେ ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ 162 ରନରେ ସନ୍ତୁଷ୍ଟ ହୋଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ ପ୍ରଥମ ମୁକାବିଲାକୁ ଜିତିବା ପାଇଁ 163 ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନଗିଡି ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଛନ୍ତି । ଦିପକ ଚହର ରବିନ୍ଦ୍ର ଜାଡେଜା 2ଟି ଲେଖାଏଁ ୱିକେଟ ହାସଲ କରିଥିବାବେଳେ, ସାମ କରନ ଓ ପିୟୁସ, ଚାୱଲା ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2020, 10:55 PM IST

ABOUT THE AUTHOR

...view details