ଓଡିଶା

odisha

ETV Bharat / sports

ଆଇପିଏଲ ସୁପର ସଣ୍ଡେର 2ୟ ମ୍ୟାଚ: ହ୍ୟାଟ୍ରିକ ପରାଜୟ ପରେ ଗ୍ରାଉଣ୍ଡକୁ ଓହ୍ଲାଇବେ ଧୋନି ଧୁରନ୍ଧର - IPL 2020

ହ୍ୟାଟ୍ରିକ ପରାଜୟ ପରେ ଆଜି ପୁଣି ଥରେ ଗ୍ରାଉଣ୍ଡକୁ ଓହ୍ଲାଉଛି ଧୋନିଙ୍କ ଧୁରନ୍ଧର ସିଏସକେ । ଆଜିର ଡବଲ ହେଡର 2ୟ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଭେଟିବ ଚେନ୍ନାଇ ଥାଲ୍ଲାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ।

ସିଏସକେ ବନାମ ପଞ୍ଜାବ
ସିଏସକେ ବନାମ ପଞ୍ଜାବ

By

Published : Oct 4, 2020, 5:23 PM IST

ଦୁବାଇ:3ଥର ଆଇପିଏଲ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସଂସ୍କରଣରେ ଲଗାତରା 3ଟି ପରାଜୟ ବରଣ କରିସାରିଲାଣି । ତେବେ ଏହି ହ୍ୟାଟ୍ରିକ ପରାଜୟ ପରେ ଆଜି ପୁଣି ଥରେ ଗ୍ରାଉଣ୍ଡକୁ ଓହ୍ଲାଉଛି ଧୋନିଙ୍କ ଧୁରନ୍ଧର ସିଏସକେ । ଆଜିର ଡବଲ ହେଡର 2ୟ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଭେଟିବ ଚେନ୍ନାଇ ଥାଲ୍ଲାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ।

2008ରେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଇ ଆସିଛି ସିଏସକେ । କିନ୍ତୁ ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଦଳ ଚଳିତ ବର୍ଷ ସଂଘର୍ଷ କରୁଛି | ଟିମ ମ୍ୟାନେଜ ମେଣ୍ଟଠାରୁ ଆରମ୍ଭ କରି ଦଳୀୟ ଖେଳାଳିଙ୍କ ଅନୁପସ୍ଥିତି ଦଳ ପାଇଁ ଆଉ ଏକ ବିଫଳତା ଆଣି ଦେଇଛି । ସେହିପରି ପଡିଆରେ ଗତ ମ୍ୟାଚରେ ଧୋନିଙ୍କ କ୍ଲାନ୍ତ ହୋଇପଡିବା ଦେଖି ତାଙ୍କ ଫ୍ୟାନ୍ସ ଦୁଃଖ ଅନୁଭବ କରିଛନ୍ତି ।

ପଏଣ୍ଟ ତାଲିକା

ସେହିପରି ଧୋନିଙ୍କ ବ୍ୟାଟିଂ କ୍ରମକୁ ନେଇ ଅନେକ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ନିମ୍ନକ୍ରମରେ ଧୋନି ବ୍ୟାଟିଂ ଆସିବାରୁ ଦଳ ପରାଜୟର ସାମ୍ନା କରୁଛି ବୋଲି ଅନେକ କ୍ରିକେଟ ପଣ୍ଡିତ କହୁଛନ୍ତି । ହାଇଦ୍ରବାଦ ବିପକ୍ଷ ଶେଷ ମ୍ୟାଚରେ ଧୋନି 6ନଂ ସ୍ଥାନରେ ବ୍ୟାଟିଂ ଆସି ଅପରାଜିତ 47ରନର ପାଳି ଖେଳିଥିଲେ । ମାତ୍ର ଦଳ 7ରନରେ ପରାଜୟ ପାଇଥିଲା । ତେବେ ପ୍ରତ୍ୟେକ ବିଭାଗରେ ପ୍ରଚୁର ପ୍ରତିଭାରେ ଭରପୁର ଥିବା ସିଏସକେ ୟୁନିଟ୍ ଚଳିତ ସଂସ୍କରଣରେ କ୍ଲିକ୍ କରିବାରେ ବିଫଳ ହୋଇଛି, ଯାହାକି ସେମାନଙ୍କର ଦୁର୍ବଳତା ଭାବରେ ଉଭା ହୋଇଛି ।

ଆଇପିଏଲ ସୁପର ସଣ୍ଡେର 2ୟ ମ୍ୟାଚ

ଅନ୍ୟପକ୍ଷରେ, କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ତଥା ଓପନର୍ କେଏଲ୍ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଏବେ ବହୁତ ଭଲ ଫର୍ମରେ ଅଛନ୍ତି । ସେମାନେ ଏପର୍ଯ୍ୟନ୍ତ ଲିଗରେ 200ରୁ ଅଧିକ ସ୍କୋର କରିଛନ୍ତି । କିନ୍ତୁ ଦଳର ବୋଲିଂ ବିଭାଗରେ ଅଭିଜ୍ଞତା ଅଭାବରୁ ଦଳ କିଛିଟା ମ୍ୟାଚରେ ବିଫଳତା ଅର୍ଜନ କରିଛି ।

ହେଡ ଟୁ ହେଡ ରେକର୍ଡ

ଭାରତୀୟ ପେସ ଷ୍ଟାର ମହମ୍ମଦ ଶାମିଙ୍କୁ ଛାଡି ଦେଲେ ଅନ୍ୟମାନେ ( ଶେଲଡନ୍ କଟ୍ରେଲ, ରବି ବିଷ୍ଣୋଇ, ଜେମ୍ସ ନିଶାମ ଏବଂ କୃଷ୍ଣପ୍ପା ଗୋଥାମ) ଏପର୍ଯ୍ୟନ୍ତ ସେହି ସ୍ତରୀୟ ବୋଲିଂ କରି ପାରିନାହାନ୍ତି, ଯାହା ଦଳକୁ ଆବଶ୍ୟକ ରହିଛି । ଅନ୍ୟପଟେ ଦଳ ରାହୁଲ ଏବଂ ଅଗ୍ରୱାଲଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଜଣାପଡୁଛି | ସେମାନଙ୍କୁ ଛାଡି ଦେଲେ ଅନ୍ୟମାନେ କ୍ଲିକ୍ କରିବାରେ ବିଫଳ ହୋଇଛନ୍ତି । ବିଶେଷକରି ଗ୍ଲେନ୍ ମ୍ୟାକ୍ସୱେଲ, ନିକୋଲାସ୍ ପୁରାନ୍ ଆଦି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ।

ଆଇପିଏଲ ସୁପର ସଣ୍ଡେର 2ୟ ମ୍ୟାଚ

ମୋଟ ଉପରେ ଆଜିର ଏହି ମ୍ୟାଚ ନିଶ୍ଚିତ ଭାବରେ ଅନ୍ୟ ଏକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । କାରଣ ସିଏସକେ ଦଳ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରତିବଦ୍ଧତା ଥିବା ବେଳେ ପଞ୍ଜାବ ଦଳ ମଧ୍ୟ ବିଜୟ ପାଇଁ କର ବା ମର ନୀତି ଆପଣେଇବ ।

ସ୍କ୍ବାଡ୍:

  • ଚେନ୍ନାଇ ସୁପର କିଙ୍ଗ୍ସ: ଏମଏସ ଧୋନି (ଅଧିନାୟକ), ଏମ ବିଜୟ, ଅମ୍ବାତି ରାୟୁଡୁ, ଫାଫ ଡୁ ପ୍ଲେସିସ୍, ସଚିନ ୱାଟସନ, କେଦାର ଯାଦବ, ଡୱେନ ବ୍ରାଭୋ, ରବିନ୍ଦ୍ର ଜାଡେଜା, ଲୁଙ୍ଗି ନିଗିଡି, ଦୀପକ ଚହର, ପୀୟୁଷ ଚାୱଲା, ଇମ୍ରାନ ତାହିର, ମିଚେଲ ସାଣ୍ଟନର୍, ଜୋଶ ହାଜଲେଉଡ୍, ଶାର୍ଦ୍ଦୁଲ ଠାକୁର, ସାମ୍ କୁରେନ୍, ଏନ ଜଗାଦେସନ, କେଏମ ଆସିଫ, ମୋନୁ କୁମାର, ଆର ସାଇ କିଶୋର, ରୁତୁରାଜ ଗାଇକୱାଡ, କରଣ ଶର୍ମା ।
  • କିଙ୍ଗସ ଏକାଦଶ ପଞ୍ଜାବ: କେଏଲ୍ ରାହୁଲ (କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ଶେଲଡନ କଟ୍ରେଲ, କ୍ରିସ ଗେଲ, ଗ୍ଲେନ ମ୍ୟାକ୍ସୱେଲ, ମହମ୍ମଦ ଶାମି, ମୁଜିବ ଉର ରହମାନ, କରୁଣ ନାୟାର, ଜେମ୍ସ ନିଶାମ, ନିକୋଲାସ ପୁରାନ, ଇଶାନ ପୋରେଲ, ଅର୍ଶଦୀପ ସିଂ, ମୁରୁଗାନ ଅଶ୍ୱିନ, କୃଷ୍ଣପ୍ପା ଗୋୱାମ ହରପ୍ରୀତ ବ୍ର, ଦୀପକ ହୁଡା, କ୍ରିସ ଜୋର୍ଡାନ, ସରଫରାଜ ଖାନ, ମନଦୀପ ସିଂ, ଦର୍ଶନ ନାଲକାଣ୍ଡେ, ରବି ବିଷ୍ଣୁ, ସିମରନ ସିଂ, ଜଗଦୀଶା ସୁଚିଥ, ତାଜିନ୍ଦର ସିଂ, ହାର୍ଦ୍ଦିକ ଭିଲଜୋନ ।

ABOUT THE AUTHOR

...view details