ଓଡିଶା

odisha

ETV Bharat / sports

ଆଇପିଏଲ 2ୟ ମ୍ୟାଚ: ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ - ପଞ୍ଜାବ ସ୍ବାର୍ଡ

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ ।

ଆଇପିଏଲ 2ୟ ମ୍ୟାଚ: ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ
ଆଇପିଏଲ 2ୟ ମ୍ୟାଚ: ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

By

Published : Sep 20, 2020, 7:23 PM IST

Updated : Sep 20, 2020, 7:46 PM IST

ଦୁବାଇ: ଆଜି ଚଳିତ ଆଇପିଏଲ ସିଜିନର 2ୟ ମ୍ୟାଚ ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚରେ ଶ୍ରେୟସ ଆୟରଙ୍କ ଟିମ ଦିଲ୍ଲୀ ଓ ପ୍ରଥମ କରି ଅଧିନାୟକ ଦାୟିତ୍ବ ତୁଲାଉ ଥିବା କେଏଲ ରାହୁଲଙ୍କ ପଞ୍ଜାବ ଦଳକୁ ଭେଟୁଛି । ତେବେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ ।

ଆଇପିଏଲ 2ୟ ମ୍ୟାଚ: ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ବେଶ ଆଶା କରଯାଉଛି । କାରଣ ଷ୍ଟାର କ୍ରିକେଟର ରାହୁଲ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି । ସେପଟେ ଆୟରଙ୍କ ନେତୃତ୍ବରେ ଦିଲ୍ଲୀ କ୍ୟାପିଟାଲ୍ସ ଗତ ସଂସ୍କରଣରେ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲେ । ଏହାବ୍ୟତୀତ ଦିଲ୍ଲୀର ହେଡ କୋଚ ରିକି ପଣ୍ଟିଂ ଓ ପଞ୍ଜାବର ହେଡ କୋଚ ଅନୀଲ କୁମ୍ବେଲ ରହିଛନ୍ତି । ଏହି 2 ହେଡ କୋଚ ବିଶ୍ବର ଦିଗଜ କ୍ରିକେଟରଙ୍କ ମଧ୍ୟରେ ଗଣା ଯାଆନ୍ତି । ସେପଟେ ପୂର୍ବରୁ ପଞ୍ଜାବ ଦଳର ଅଧିନାୟକ ଥିବା ରବିଚନ୍ଦ୍ରନ ଅଶ୍ବିନ ଏଥର ଦିଲ୍ଲୀ ଦଳରେ ରହିଛନ୍ତି । ଫଳରେ ପୁରୁଣା ଦଳ ଉପରେ ଅଶ୍ବିନୀଙ୍କ ଆକ୍ରାମଣାତ୍ମକ ପ୍ରଦର୍ଶନ ମଧ୍ୟ ଆଜି ଦର୍ଶକଙ୍କୁ ବେଶ ଖୋରାକ ଯୋଗାଇବ ।

ଉଭୟ ଦଳର ବ୍ୟାଟ୍ସମ୍ୟାନଙ୍କୁ ଦେଖିଲେ 2ଟି ଟିମରେ ଷ୍ଟାର ବ୍ୟାଟ୍ସମ୍ୟାନ ରହିଛନ୍ତି । ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ, ଋଷଭ ପନ୍ତ ଓ ପୃଥ୍ବୀ ଶଙ୍କ ବ୍ୟତୀତ ହେଟମୟର ଦିଲ୍ଲୀ ଟିମରେ ରହିଛନ୍ତି । ଅନ୍ୟପଟେ କିଙ୍ଗ୍ସ ଏକାଦଶରେ କ୍ରିସ ଗେଲ, ଗ୍ଲେନ ମ୍ୟାକ୍ସଓ୍ବେଲ ଓ କେଏଲ ରାହୁଲ ରହିଛନ୍ତି । ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନ ବଡ ସଟ୍‌ ଖେଳିବାରେ ବେଶ୍‌ ସକ୍ଷମ । ଏପଟେ ମ୍ୟାକ୍ସଓ୍ବେଲ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ସାନଦାର ପାଳି ଖେଳିଛନ୍ତି । ଯାହାଦ୍ବାରା ତାଙ୍କର ଆତ୍ମବିଶ୍ବାସ ବେଶ ସକାରାତ୍ମକ ରହିବ । ଏଥିସହ ୟୁଏଇରେ ତାଙ୍କର ଇତିହାସ ଭଲ ରହିଛି । 2014ରେ ୟୁଏଇରେ ଆଇପିଏଲ ଆୟୋଜିତ ହୋଇଥିଲା ସେ 16ମ୍ୟାଚରେ 552ରନ ସଂଗ୍ରହ କରିଥିଲେ । ପଞ୍ଜାବ ପକ୍ଷରୁ ଗେଲ ଓ ରାହୁଲ ଓପନିଂ କରିପାରନ୍ତି ଓ ମୟଙ୍କ ଅଗ୍ରଓ୍ବାଲ 3ନଂ ସ୍ଥାନରେ ଖେଳି ପାରନ୍ତି ।

ଦିଲ୍ଲୀ ଦଳରେ ବିବିଏଲରେ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲର ଡାନିଲ ସାମ୍ସ ଅଛନ୍ତି । ଏଥିସହ ଦଳରେ କଗିସୋ ରାବାଡାଙ୍କ ଭଳି ଅନୁଭବୀ ଫାଷ୍ଟ ବୋଲର ରହିଛନ୍ତି । ଏପଟେ ପଞ୍ଜାବ ଦଳରେ ଭାରତୀୟ ବୋଲର ମହମ୍ମଦ ସାମି ରହିଛନ୍ତି । ଆଇପିଏଲ ଇତିହାସରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ 24ଟି ମ୍ୟାଚ ଖେଳାଯାଇଛି । ଦିଲ୍ଲୀ 10ଟି ମ୍ୟାଚ ଓ ପଞ୍ଜାବ 14ଟି ମ୍ୟାଚ ହାତେଇଛି । ଗତ ସିଜିନରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା 2ଟି ମ୍ୟାଚରେ ଗୋଟିଏ ପଞ୍ଜାବ ଓ ଗୋଟିଏ ଦିଲ୍ଲୀ ବିଜୟ ହାସଲ କରିଥିଲା ।

  • ଦିଲ୍ଲୀ କ୍ୟାପିଟାଲ୍ସ ଚୂଡାନ୍ତ ଏକାଦଶ: ଶିଖର ଧାୱନ, ପୃଥ୍ବୀ ଶ', ଶ୍ରେୟସ୍ ଆୟର, ଋଷଭ ପନ୍ତ, ଶିମ୍ରନ୍ ହେଟମିୟର, ମାର୍କସ ଷ୍ଟୋନିସ୍, ଆକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ୍, କାଗିସୋ ରାବାଡା, ଆନରିଚ୍‌ ନର୍ଚେ, ମୋହିତ ଶର୍ମା
  • କିଙ୍ଗସ ଏକାଦଶ ପଞ୍ଜାବ ଚୂଡାନ୍ତ ଏକାଦଶ: ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, କରୁଣ ନାୟାର, ସରଫରାଜ ଖାନ, ଗ୍ଲେନ ମ୍ୟାକ୍ସୱେଲ, ନିକୋଲାସ ପୁରାନ, କୃଷ୍ଣପ୍ପା ଗୋଥାମ, କ୍ରିସ ଜୋର୍ଡାନ, ଶେଲ୍ଡନ କୋଟ୍ରେଲ, ରବି ବିଷ୍ଣୁ, ମହମ୍ମଦ ଶାମି
Last Updated : Sep 20, 2020, 7:46 PM IST

ABOUT THE AUTHOR

...view details