ଓଡିଶା

odisha

ଆଇପିଏଲ 2020: କେକେଆରରେ ପୁଣି ଯୋଡି ହେଲେ ପ୍ରବୀଣ ତାମ୍ବେ

ସର୍ବଦା ଚର୍ଚ୍ଚାରେ ରହିଛନ୍ତି ଭାରତୀୟ କ୍ରିକେଟର ପ୍ରବୀଣ ତାମ୍ବେ । ପ୍ରବୀଣ ଇଣ୍ଡିଆନ ପ୍ରିମିୟର ଲିଗର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ଖେଳାଳି ଭାବେ ଚର୍ଚ୍ଚାରେ ରହିଥିବାବେଳେ ପୁଣି ଅବସର ପୂର୍ବରୁ ବିଦେଶ ଟି-10 ଲିଗ ଖେଳି ଆଇପିଏଲରୁ ବାଦ ପଡି ଓ କିଛିଦିନ ତଳେ କାରବିୟନ ଲିଗରେ ପ୍ରଥମ ଭାରତୀୟ ଭାବେ ଖେଳି ଚର୍ଚ୍ଚାରେ ଆସିଥିଲେ ।

By

Published : Sep 14, 2020, 12:25 PM IST

Published : Sep 14, 2020, 12:25 PM IST

-pravin-tambeଆଇପିଏଲ 2020: କେକେଆରରେ ପୁଣି ଯୋଡି ହେଲେ ପ୍ରବୀଣ ତାମ୍ବେ
-pravin-tambeଆଇପିଏଲ 2020: କେକେଆରରେ ପୁଣି ଯୋଡି ହେଲେ ପ୍ରବୀଣ ତାମ୍ବେ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ପ୍ରବୀଣ ତାମ୍ବେ ପୁଣି ଚର୍ଚ୍ଚାରେ । ତାମ୍ବେଙ୍କୁ କୋଲକାତା ନାଇଟ ରାଇଡର୍ସ 20 ଲକ୍ଷରେ କିଣି ଦଳରେ ସାମିଲ କରିଥିଲା ଏହାପରେ ତାମ୍ବେ 2020 ଆଇପିଏଲ ନିଲାମର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ହୋଇଥିଲେ । କିନ୍ତୁ ବିସିସିଆଇ ଏହି ଖେଳାଳିଙ୍କୁ ଆଇପିଏଲ ପାଇଁ ଅଯୋଗ୍ୟ ଘୋଷିତ କରିଥିଲା । ମାତ୍ର ଏବେ କ୍ରିକେଟର ଭାବରେ ନୁହେଁ କୋଚିଂ ଷ୍ଟାଫ ଭାବେ କେକେଆର ଟିମ ସହ ଯୋଡି ହେବେ ।

କୋଲକାତା ଟିମର ସିଇଓ ଓ୍ବେଙ୍କି ମୈସୁର କହିଛନ୍ତି ଯେ, ଟିମ ପ୍ରବନ୍ଧନଙ୍କ ଡିମାଣ୍ଡରେ ପ୍ରବୀଣ ତାମ୍ବେ କୋଚିଂ ଷ୍ଟାଫ ଭାବେ କେକେଆରରେ ଯୋଗ ଦେବେ । ଅଧିକ ବୟସ ସତ୍ତ୍ବେ ବି ଯୁବ ଖେଳାଳିଙ୍କ ଭଳି ଜୋସରେ ରହିଥାନ୍ତି । କୋଚିଂ ଷ୍ଟାଫ ଭାବେ ଯୋଗ ଦେବା ଦ୍ବାରା ଯୁଏଇ ପିଚ୍‌ରେ ସ୍ପିନରଙ୍କୁ ସହଯୋଗ ମିଳିବ । ସେ ସିପିଏଲରେ ଖେଳୁନଥିବା ମ୍ୟାଚରେ ବି ବାଉଣ୍ଡ୍ରି ବାହାରେ ଖେଳାଳିଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଥିଲା ।

ପ୍ରବୀଣ ତାମ୍ବେ

ସୂଚନାଥାଉକି, ବିସିସିଆଇର ନିୟମ ଅନୁସାରେ କେବଳ ଅବସର ପ୍ରାପ୍ତ ଭାରତୀୟ ଖେଳାଳି ଟି-10 ଲିଗ୍‌ ଖେଳିପାରିବେ । କିନ୍ତୁ 2018ରେ ବିଦେଶ ଟି-10 ଲିଗରେ ଅଂଶ ଗ୍ରହଣ କରିଥିଲେ ତାମ୍ବେ । ଯାହା ଦ୍ବାରା ବିସିସିଆଇ ନିୟମ ଭଙ୍ଗ କରିଥିଲେ ସେ । 2013 ମସିହାରେ 41ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲରେ ପଦାର୍ପଣ କରିଥିଲେ । ଏଯାଏଁ ଆଇପିଏଲରେ 33ମ୍ୟାଚରେ 28ଟି ଓ୍ବିକେଟ ହାସଲ କରିଛନ୍ତି ।

ABOUT THE AUTHOR

...view details