ଓଡିଶା

odisha

ETV Bharat / sports

ଆଇପିଏଲ 2020: ବାଙ୍ଗାଲୋରର ଧୀମା ବୋଲିଂ, ବିରାଟଙ୍କୁ ବାର ଲକ୍ଷ ଜୋରିମାନା

ଧୀମା ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) କ୍ୟାପଟେନ ବିରାଟ କୋହଲି । କୋହଲିଙ୍କୁ 12 ଲକ୍ଷ ଟଙ୍କା ଜୋରିମାନା ହୋଇଛି ।

IPL 2020: Kohli fined for RCB's slow over-rate vs KXIP
ଆଇପିଏଲ 2020: ବାଙ୍ଗାଲୋରର ଧୀମା ବୋଲିଂ, ବିରାଟଙ୍କୁ ବାର ଲକ୍ଷ ଜୋରିମାନା

By

Published : Sep 25, 2020, 6:59 PM IST

ଦୁବାଇ: ଧୀମା ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) କ୍ୟାପଟେନ ବିରାଟ କୋହଲି । ଚଳିତ ଆଇପିଏଲରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ କୋହଲିଙ୍କ ଟିମ ଆରସିବି ଧୀମା ବୋଲିଂ କରିଥିଲା । ଫଳରେ କୋହଲିଙ୍କୁ 12 ଲକ୍ଷ ଟଙ୍କା ଜୋରିମାନା ହୋଇଛି ।

"ଦୁବାଇରେ 24 ସେପ୍ଟେମ୍ବରରେ ଖେଳାଯାଇଥିବା ଆଇପିଏଲ 2020ର କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ଟିମ ଧୀମା ବୋଲିଂ କରିଥିବାରୁ ଆରସିବି କ୍ୟାପଟେନ ବିରାଟ କୋହଲିଙ୍କୁ ଜୋରିମାନା ହୋଇଛି ।" ଏକ ଘୋଷଣାନାମାରେ ଇଣ୍ଡିଆନ ପ୍ରିମିୟର ଲିଗ ପକ୍ଷରୁ ଏହା କୁହାଯାଇଛି ।

ଗୁରୁବାର ଖେଳାଯାଇଥିବା ପଞ୍ଜାବ ବିପକ୍ଷ ମ୍ୟାଚରେ 97 ରନର ବଡ ପରାଜୟ ଭୋଗିଥିଲା କୋହଲିଙ୍କ ବାଙ୍ଗାଲୋର ଟିମ ।

ପଞ୍ଜାବ କ୍ୟାପଟେନ କେଏଲ ରାହୁଲ 69 ବଲରୁ ଧୁଆଁଦାର 132 ରନର ଶତକୀୟ ଇଂନିସ ଖେଳିଥିଲେ । ଏହି ସ୍କୋର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସରେ ଭାରତୀୟ ଖେଳାଳି ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ।

ଫଳରେ ଆରସିବି ସାମ୍ନାରେ 207 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ପଞ୍ଜାବ । ପରେ ସ୍ପିନର ରବି ବିଷ୍ଣୋଇ ଓ ମୁରୁଗାଁ ଅଶ୍ବିନୀ 3ଟି ଲେଖାଏଁ ୱିକେଟ ହାସଲ କରି ଆରସିବିକୁ ମାତ୍ର 109 ରନରେ ଅଟକାଇଥିଲେ । ଆରସିବି ସେପ୍ଟେମ୍ବର 28ରେ ପରବର୍ତ୍ତୀ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details