ଦୁବାଇ: ଆଇପିଏଲର 54ତମ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହେଉଛି ଗୁରୁତ୍ବପୂର୍ଣ୍ଣ ମୁକାବିଲା । ପ୍ଲେ-ଅଫରେ ସ୍ଥାନ ପାଇଁ ଉଭୟ ଟିମ ପାଇଁ ଏହି ମ୍ୟାଚ କର ବା ମର ଭଳି ସ୍ଥିତି ରହିଛି ।
ଟସ ଜିତି ରାଜସ୍ଥାନ କ୍ୟାପଟେନ ଷ୍ଟିଭ ସ୍ମିଥ ପ୍ରଥମେ କେକେଆରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପରେ ନିର୍ଧାରିତ 20 ଓଭରରେ 7 ୱିକେଟ ହରାଇ 191 ରନ ସଂଗ୍ରହ କରିଛି କୋଲକାତା ନାଇଟ ରାଇଡର୍ସ । ଫଳରେ ରାଜସ୍ଥାମନ ସାମ୍ନାରେ 192 ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।
କେକେଆର ପକ୍ଷରୁ କ୍ୟାପଟେନ ଇଆନ ମୋର୍ଗାନ ନିଜେ ବ୍ୟାଟିଂ ବିଭାଗର ଭାର ସମ୍ଭାଳିଥିଲେ । 35 ବଲରୁ 5 ଚୌକା ଓ 6 ଚୌକା ସହାୟତାରେ ଅପରାଜିତ 68 ରନର ଇଂନିସ ଖେଳିଛନ୍ତି ମୋର୍ଗାନ । ଓପନର ଶୁଭମନ ଗିଲ 6 ଚୌକା ସହାୟତାରେ 24 ବଲରୁ 36 ରନର ଇଂନିସ ଖେଳିଛନ୍ତି । ତେବେ ଫର୍ମରେ ଥିବା ନୀତିଶ ରାଣା ଏହି ମ୍ୟାଚରେ ବିଫଳ ହୋଇଥିଲେ । ରାହୁଲ ତ୍ରିପାଠୀ 34 ବଲରୁ 39, ଓ ଟିମର ଷ୍ଟାର ଅଲରାଉଣ୍ଡର 11 ବଲରୁ ଦ୍ରୁତ 25 ରନର ଇଂନିସ ଖେଳିଛନ୍ତି ।