ଆବୁଧାବି: କୋଲକାତା ନାଇଟ୍ ରାଇଡର୍ସ ଶୁକ୍ରବାର ଦିନ ଅଧିନାୟକତ୍ୱ ପରିବର୍ତ୍ତନ କରିଛନ୍ତି । ଦିନେଶ କାର୍ତ୍ତିକଙ୍କ ଇସ୍ତଫା ପରେ ଇଂଲଣ୍ଡର ବିଶ୍ୱ ବିଜେତା ଅଧିନାୟକ ଇଏନ୍ ମୋର୍ଗାନଙ୍କୁ ଦଳର ନୂତନ ଅଧିନାୟକ ଭାବେ ମନୋନୀତ କରାଯାଇଥିଲା, କିନ୍ତୁ ଦଳ 8 ୱିକେଟରେ ଶେଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୋଇଥିଲା ।
ତେବେ ଆଜି କୋଲକାତା ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ପଡିଆକୁ ଓହ୍ଲାଉଛି । ଏହି ମ୍ୟାଚ୍ରେ ସମସ୍ତଙ୍କ ନଜର ମୋର୍ଗାନଙ୍କ ଅଧିନାୟକତ୍ୱ ଉପରେ । ବର୍ତ୍ତମାନ ଦଳର ନିଜସ୍ୱ ରଣନୀତି ଯୋଜନା କରିବାକୁ ସେମାନଙ୍କର ଏକ ଯୁକ୍ତିଯୁକ୍ତ ସମୟ ଅଛି | ହାଇଦ୍ରାବାଦ ବିରୁଦ୍ଧରେ, ମୋର୍ଗାନ ପାଇଁ ଦଳ ପରିଚାଳନା କରିବା ଅଧିକ ମୁଣ୍ଡବିନ୍ଧାର କାରଣ ହେବ ନାହିଁ । ସେମାନଙ୍କୁ କେବଳ ସଠିକ୍ ମିଶ୍ରଣ ଖୋଜିବାକୁ ପଡିବ | ତେବେ ଆଜି ମ୍ୟାଚରେ କିଛି ପରିବର୍ତ୍ତନ ଆବଶ୍ୟକ ରହିଛି ।
ଅନ୍ୟପଟେ ଯଦି ହାଇଦ୍ରାବାଦ ଦଳ କଥା କହିବା ଚଳିତ ଟୁର୍ଣ୍ଣାମେଣ୍ଟରେ ମିଶ୍ରିତ ପ୍ରଦର୍ଶନ କରୁଛି 2016ର ଏହି ଚମ୍ପିଆନ ଟିମ । ଦଳର ବ୍ୟାଟିଂ ବିଭାଗ ଅଧିକ ଅଧିନାୟକ ଡେଭିଡ ୱାର୍ଣ୍ଣର ଓ ୱିକେଟ ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋଙ୍କ ଉପରେ ନିର୍ଭର କରୁଛି ।
ତେବେ ଯଦି ଦୁଇ ଦଳର ଟପ 5 ପ୍ଲେୟାର୍ସଙ୍କ କଥା କହିବା, କୋଲକାତା ପାଖରେ ରହିଛନ୍ତି, ଆଣ୍ଡ୍ରୁ ରସେଲ । ଦଳର ପାୱାର ହାଉସ । ମାତ୍ର ଚଳିତ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ରସେଲଙ୍କ ବ୍ୟାଟରୁ ସେହି ବିସ୍ଫୋରକ ପାଳି ଦେଖିବାକୁ ମିଳି ନାହିଁ । ଦଳର ନୂଆ ଅଧିନାୟକ ଇୟନ ମୋର୍ଗାନ । 08ଟି ମ୍ୟାଚରୁ 214ରନ ଖାତରେ ଯୋଡିଛନ୍ତି । ସେହିପରି ଦଳ ପାଖରେ ରହିଛନ୍ତି ନୀତିଶ ରାଣା 132 ଷ୍ଟାଇକ ରେଟସ ବ୍ୟାଟିଂ କରି 155ରନ ଖାତାରେ ଯୋଡିଛନ୍ତି । ଶୁଭମନ ଗିଲ ଦଳର ବିସ୍ଫୋରକ ଓପନର । 08ଟି ମ୍ୟାଚରୁ 275ରନ କରିଛନ୍ତି ଗିଲ । ବୋଲିଂ ବିଭାଗରେ ରହିଛନ୍ତି ପ୍ୟାଟ କୁମିନ୍ସ । ବଲ ସହ ବ୍ୟାଟରେ ମଧ୍ୟ କମାଲ ଦେଖାଉଛନ୍ତି ଏହି କଙ୍ଗାରୁ ବୋଲର ।