ଓଡିଶା

odisha

ETV Bharat / sports

ଶ୍ରେୟାସ ଆୟରଙ୍କ ଆହତକୁ ନେଇ ପ୍ରତିକ୍ରିୟା ରଖିଲେ ଧଓ୍ବନ

ମ୍ୟାଚ ପରେ ପୁରସ୍କାର ବିତରଣ ସମୟରେ ଧଓ୍ବନ ଆୟରଙ୍କ ଆହତକୁ ନେଇ କହିଥିଲେ ଯେ, ଆଘାତ କେତେ ଗମ୍ଭୀର ତାହା ଗୁରୁବାର ଦିନ ଜଣାପଡିବ ।

ଶ୍ରେୟାସ ଆୟରଙ୍କ ଆହତକୁ ନେଇ ରଖିଲେ ପ୍ରତିକ୍ରିୟା ଧଓ୍ବନ
ଶ୍ରେୟାସ ଆୟରଙ୍କ ଆହତକୁ ନେଇ ରଖିଲେ ପ୍ରତିକ୍ରିୟା ଧଓ୍ବନ

By

Published : Oct 15, 2020, 9:55 AM IST

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟାସ ଆୟର ବୁଧବାର ଦିନ ରାଜସ୍ଥାନ ବିପକ୍ଷରେ ଫିଲ୍ଡିଂ କରିବା ସମୟରେ ଆହତ ହୋଇଛନ୍ତି । 5ଓଭରର ଅନ୍ତିମ ବଲ୍‌ରେ ବେନ ଷ୍ଟୋକ୍ସ ଏକ ସଟ୍‌ ମାରିଥିଲେ, ବଲ୍‌କୁ ରୋକିବା ପାଇଁ ଆୟର ଡାଇଭ ମାରିଥିଲେ । ଟିମ ପାଇଁ 3ରନ୍‌ ବଞ୍ଚାଇଥିଲେ ମାତ୍ର ସେ ଆହତ ହୋଇଥିଲେ । କାନ୍ଧରେ ଆଘାତ ଲାଗିବା କାରଣରୁ ସେ ଗ୍ରାଉଣ୍ଡରୁ ବାହାରକୁ ଚାଲିଯାଇଥିଲେ ।

ଆହତ ଶ୍ରେୟାସ ଆୟର

ତେବେ ତାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ଶିଖର ଧଓ୍ବନ । ମ୍ୟାଚ ପରେ ପୁରସ୍କାର ବିତରଣ ସମୟରେ ଧଓ୍ବନ ଆୟରଙ୍କ ଆହତକୁ ନେଇ କହିଥିଲେ ଯେ, ଶ୍ରେୟସ ଆୟରଙ୍କୁ କଷ୍ଟ ଅନୁଭୂତ ହେଉଛି । ଆଘତ କେତେ ଗମ୍ଭୀର ଆସନ୍ତାକାଲି ଜଣାପଡିବ । ଭଲ କଥା ହେଲା ସେ ମୁଭମେଣ୍ଟ କରି ପାରୁଛନ୍ତି ।

ABOUT THE AUTHOR

...view details