ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣକୁ ସପ୍ତାହେ ପୁରିଛି । ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ବିତ୍ତଶାଳୀ ଲିଗରେ ଏଯାବତ୍ 7ଟି ମ୍ୟାଚ ଖେଳସରିଛି । ଆଜି (ଶୁକ୍ରବାର) ଲିଗର 8ମ ମ୍ୟାଚ ଖେଳାଯାଉଛି । ତେବେ ଆଇପିଏଲ୍ 2020 ଇତିହାସର ସବୁଠାରୁ କଡା ପ୍ରତିଯୋଗିତା ମୂଳକ ସଂସ୍କରଣରେ ପରିଣତ ହୋଇସାରିଛି । ଏଯାବତ୍ କେବଳ ରାଜସ୍ଥାନ ରୟାଲ୍ସ ଅପରାଜିତ ରହିଛି । ତେବେ ଗତ 7ଟି ମ୍ୟାଚରୁ 5ଟି ସର୍ବୋତ୍ତମ ବ୍ୟକ୍ତିଗତ ବ୍ୟାଟିଂ ପାଳିକୁ ନେଇ ଆମର ଏହି ସ୍ପେଶାଲ ରିପୋର୍ଟ...
- 5. ରୋହିତ ଶର୍ମା ( 54 ବଲରୁ 80 ରନ) ରୋହିତ ଶର୍ମା ( 54 ବଲରୁ 80 ରନ)
ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ମ୍ୟାଚ ଅର୍ଥାତ କେକେଆର୍ ବିପକ୍ଷରେ ଅଧିନାୟକ ରୋହିତ ଶର୍ମା ଖେଳିଥିଲେ ଦମଦାର ପାଳି । ଲିଗର ମହଙ୍ଗା ବୋଲର ପ୍ୟାଟ୍ କୁମିନ୍ସଙ୍କୁ ମହଙ୍ଗା ସାବ୍ୟସ୍ତ କରି 54 ବଲରୁ 80 ରନ୍ ସଂଗ୍ରହ କରିଥିଲେ ହିଟ ମ୍ୟାନ । ଯେଉଁଥିରେ ସାମିଲଥିଲା 3ଟି ଚୌକା ଓ 6 ଛକା । ରୋହିତଙ୍କ ଇନିଂସ ବଳରେ ତାଙ୍କ ଦଳ 49 ରନ୍ ବିଜୟ ହାସଲ କରିଥିଲା । ତେବେ ଭାରତୀୟ ହ୍ବାଇଟ ବଲର ଉପ-ଅଧିନାୟକଙ୍କ ଏହା ଆଇପିଏଲ୍ 2020ରେ ଏହା ଶ୍ରେଷ୍ଠ ପାଳି ହୋଇପାରେ ।
- 4. ଅମ୍ବାତି ରାଇଡୁ (48ବଲରୁ 71ରନ) ଅମ୍ବାତି ରାଇଡୁ (48ବଲରୁ 71ରନ)
ବିଶ୍ବକପ ଦଳ ଚୟନକୁ ନେଇ ବିବାଦିୟ ମନ୍ତବ୍ୟ ରଖିଥିବା ପୂର୍ବତନ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ ଚଳିତ ଆଇପଏଲ ସଂସ୍କରଣର ଉଦଘାଟନୀ ମ୍ୟାଚରେ 48ବଲରୁ 71ରନର ବିଶାଳ ପାଳି ଖେଳିଛନ୍ତି । ରାଇଡୁଙ୍କ ଏହି ପାଳିରେ 6ଟି ଚୌକା ଓ 3ଟି ଛକା ସାମିଲ ରହିଛି । ତେବେ ରାଇଡୁଙ୍କ ଏହି ପାଳି ବଳରେ ପ୍ରଥମ ମ୍ୟାଚରେ 5 ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇଥିଲା ଚେନ୍ନାଇ ।
- 3. ମାର୍କସ ଷ୍ଟୋଇନିସ (21 ବଲରୁ 53 ରନ) ମାର୍କସ ଷ୍ଟୋଇନିସ (21 ବଲରୁ 53 ରନ)