ଓଡିଶା

odisha

ETV Bharat / sports

ଆଇପିଏଲ 2020: ସିଏସକେ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଇମ୍ରାନ ତାହିରଙ୍କ ଆବେଗପୂର୍ଣ୍ଣ ଟ୍ବିଟ

ଆଇପିଏଲ 2020ରୁ ବାଦ ପଡିବା ପରେ, ଟିମର ଷ୍ଟାର ସ୍ପିନର ଇମ୍ରାନ ତାହିର ସିଏସକେ ଫ୍ୟାନ୍ସଙ୍କ ପାଇଁ ଆବେଗପୂର୍ଣ୍ଣ ଟ୍ବିଟ କରିଛନ୍ତି । ଅଧିକ ପଢନ୍ତୁ...

By

Published : Nov 2, 2020, 10:55 PM IST

IPL 2020: Imran Tahir pens emotional note for CSK fans
ଆଇପିଏଲ 2020: ସିଏସକେ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଇମ୍ରାନ ତାହିରଙ୍କ ଆବେଗପୂର୍ଣ୍ଣ ଟ୍ବିଟ

ଆବୁଧାବି: ଆଇପିଏଲ ଇତିହାସରେ ପ୍ରଥମ ଥର ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ-ଅଫ ପର୍ଯ୍ୟାୟରେ ପହଞ୍ଚି ପାରିନାହିଁ । ମାତ୍ର ମହେନ୍ଦ୍ର ସିଂ ଧୋନିଙ୍କ ସିଏସକେ ଖେଳିଥିବା ଶେଷ 3ଟି ଲିଗ ପର୍ଯ୍ୟାୟ ମ୍ୟାଚରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ।

ତେବେ ଆଇପିଏଲ 2020ରୁ ବାଦ ପଡିବା ପରେ, ଟିମର ଷ୍ଟାର ସ୍ପିନର ଇମ୍ରାନ ତାହିର ସିଏସକେ ଫ୍ୟାନ୍ସଙ୍କ ପାଇଁ ଆବେଗପୂର୍ଣ୍ଣ ଟ୍ବିଟ କରିଛନ୍ତି ।

ଚଳିତ ଆଇପିଏଲରେ ଦକ୍ଷିଣ ଆଫ୍ରିକୀୟ ସ୍ପିନର ତାହିର ଅଧିକ ମ୍ୟାଚରେ ଖେଳିବାର ସୁଯୋଗ ପାଇନଥିଲେ । ତେବେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ବିସ୍ଫୋରକ କ୍ରିସ ଗେଲଙ୍କ ୱିକେଟ ଅକ୍ତିଆର କରିଥିଲେ ।

"ପ୍ଲେ-ଅଫରେ ପହଞ୍ଚି ପାରିନଥିବାରୁ ଦୁଃଖିତ । ଆଶାନୁରୁପ ପ୍ରଦର୍ଶନ କରିପାରିନଥିବାରୁ ମଧ୍ୟ ଦୁଃଖିତ । ତେବେ ଆସନ୍ତାବର୍ଷ ଯଦି ସୁଯୋଗ ମିଳେ ତେବେ ନିଶ୍ଚିନ୍ତ ଭଲ ପ୍ରଦର୍ଶନ ପାଇଁ ପ୍ରୟାସ ରହିବ ।" ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଟ୍ବିଟରେ ଏହା ଲେଖିଛନ୍ତି ତାହିର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details