ଓଡିଶା

odisha

By

Published : Oct 24, 2020, 10:04 PM IST

ETV Bharat / sports

IPL 2020: ପଞ୍ଜାବକୁ 126 ରନରେ ରୋକିଲା ହାଇଦ୍ରାବାଦ

ସନରାଇଜର୍ସ ହାଇଦ୍ରାବାଦ ବୋଲରଙ୍କ ଘାତକ ବୋଲିଂ । କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ମାତ୍ର 126 ରନରେ ଅଟକାଇଲା ହାଇଦ୍ରାବାଦ ।

IPL 2020: KXIP vs SRH mid innings
ଆଇପିଏଲ 2020: ପଞ୍ଜାବକୁ 126 ରନରେ ରୋକିଲା ହାଇଦ୍ରାବାଦ

ଦୁବାଇ: ସନରାଇଜର୍ସ ହାଇଦ୍ରାବାଦ ବୋଲରଙ୍କ ଘାତକ ବୋଲିଂ । କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ମାତ୍ର 126 ରନରେ ଅଟକାଇଛି ହାଇଦ୍ରାବାଦ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର । ଏହି ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ ଅରେଞ୍ଜ ଆର୍ମୀ ବୋଲର ।

ସନରାଇଜର୍ସ ହାଇଦ୍ରାବାଦ

ମ୍ୟାଚର 10 ଓଭର ସୁଦ୍ଧା 66 ରନରେ ଦୁଇ ୱିକେଟ ହରାଇଥିବା ପଞ୍ଜାବ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ଫଳରେ ନିର୍ଧାରିତ 20 ଓଭରରେ ମାତ୍ର 126 ରନ କରିପାରିଛି । ହାଇଦ୍ରାବାଦ ସାମ୍ନାରେ 127 ରନର ବିଜୟ ଲକ୍ଷ୍ୟ ରହିଛି ।

ଆଇପିଏଲ 2020: ପଞ୍ଜାବକୁ 126 ରନରେ ରୋକିଲା ହାଇଦ୍ରାବାଦ

ପଞ୍ଜାବ ପକ୍ଷରୁ ନିକୋଲାସ ପୁରୋନ ସର୍ବାଧିକ 32 ଓ କ୍ୟାପଟେନ କେଏଲ ରାହୁଲ 27 ରନର ଇଂନିସ ଖେଳିଛନ୍ତି । କ୍ରିସ ଗେଲ 20 ଓ ମନ୍ଦୀପ ସିଂ 17 ରନ କରି ପ୍ୟାଭିଲିୟନ ଫେରିଥିଲେ ।

ହାଇଦ୍ରାବାଦ ବୋଲର ପୁଣି ଥରେ ଶକ୍ତିଶାଳୀ ପ୍ରମାଣିତ ହୋଇଛନ୍ତି । ସନ୍ଦୀପ ଶର୍ମା ଜେସନ ହୋଲ୍ଡର ଓ ରସିଦ ଖାନ ଦୁଇଟି ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି । ରସିଦ ଖାନ 4 ଓଭରରେ ମାତ୍ର 14 ରନ ବ୍ୟୟ କରି ସବୁଠୁ କଞ୍ଜୁସି ବୋଲିଂ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details