ଓଡିଶା

odisha

ETV Bharat / sports

ଆଇପିଏଲ ଫାଇନାଲ ଲଢେଇ: ଦିଲ୍ଲୀର 5 ଧୁରନ୍ଧରଙ୍କ ଉପରେ ଫ୍ୟାନ୍ସଙ୍କ ନଜର

52ଦିନର କ୍ରିକେଟ ମହାକୁମ୍ଭର ଆଜି ଅନ୍ତିମ ଦିନ । ତେବେ ଆଜି ଏହି ଫାଇନାଲ ଫାଇଟ ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଖେଳା ଯିବ । ତେବେ ପ୍ରଥମ କରି ଫାଇନାଲରେ ଏଣ୍ଟ୍ରି ମାରିଥିବା ଦିଲ୍ଲୀ ଦଳର 5 ଜଣ ଖେଳାଳିଙ୍କ ସମ୍ପର୍କରେ ଜାଣିବା ଯେଉଁମାନଙ୍କ ଯୋଗଦାନ ବେଶ୍‌ ଗୁରୁତ୍ତ୍ବପୂର୍ଣ୍ଣ ରହିଛି । ଅଧିକ ପଢନ୍ତୁ:

By

Published : Nov 10, 2020, 6:41 PM IST

ଆଇପିଏଲ ଫାଇନାଲ ଲଢେଇ: ଦିଲ୍ଲୀର 5 ଧୁରନ୍ଧରଙ୍କ ଉପରେ ଫ୍ୟାନ୍ସଙ୍କ ନଜରଆଇପିଏଲ ଫାଇନାଲ ଲଢେଇ: ଦିଲ୍ଲୀର 5 ଧୁରନ୍ଧରଙ୍କ ଉପରେ ଫ୍ୟାନ୍ସଙ୍କ ନଜର
ଆଇପିଏଲ ଫାଇନାଲ ଲଢେଇ: ଦିଲ୍ଲୀର 5 ଧୁରନ୍ଧରଙ୍କ ଉପରେ ଫ୍ୟାନ୍ସଙ୍କ ନଜର

ଦୁବାଇ: ଆଜି ଆଇପିଏଲକୁ ମିଳିବ 13ତମ ସଂସ୍କରଣର ବିଜେତା । 52ଦିନର କ୍ରିକେଟ ମହାକୁମ୍ଭର ଆଜି ଅନ୍ତିମ ଦିନ । ତେବେ ଆଜି ଏହି ଫାଇନାଲ ଫାଇଟ ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଖେଳା ଯିବ । ତେବେ ଏହି ଫାଇନାଲ ବେଶ୍‌ ରୋମାଞ୍ଚକର ହେବ । କାରଣ 4ଥରର ଚମ୍ପିଆନ ମୁମ୍ବାଇକୁ ଭେଟିବ ପ୍ରଥମ ଥର ଫାଇନାଲରେ ଏଣ୍ଟ୍ରି ମାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ।

ତେବେ ପ୍ରଥମ କରି ଫାଇନାଲରେ ଏଣ୍ଟ୍ରି ମାରିଥିବା ଦିଲ୍ଲୀ କ୍ୟାପିଟାଲ୍ସର 5ଜଣ ଖେଳାଳିଙ୍କ ସମ୍ପର୍କରେ ଜାଣିବା , ଯେଉଁମାନେ ଆଜି ଦିଲ୍ଲୀକୁ ପ୍ରଥମ ଟାଇଟଲ ଜିଣାଇବାରେ ସହଯୋଗ କରି ପାରନ୍ତି ।

1. କାଗିସୋ ରବାଡା

ଦ.ଆଫ୍ରିକାର ଏହି ପେସ ବୋଲର ଆଇପିଏଲ 13ରେ ଜଣେ ମ୍ୟାଚ ବିଜେତା ରୂପେ ସାମ୍ନାକୁ ଆସିଛନ୍ତି । ଏଯାବତ୍‌ ସେ 29ଟି ଓ୍ବିକେଟ ହାତେଇଛନ୍ତି । ତେବେ ବୁମରା ଓ ରବାଡାଙ୍କ ମଧ୍ୟରେ ପର୍ପଲ କ୍ୟାପର ଲଢେଇ ଦେଖିବାକୁ ଆଜି ମିଳିବ । ଯଦି ଆଜି ଡିସି ଟାଇଟଲ ହାତେଉଛି ତେବେ କାଗିସୋ ରବାଡାଙ୍କ ଭୂମିକା ବେଶ୍‌ ମହତ୍ତ୍ବପୂର୍ଣ୍ଣ ରହିବ ।

କାଗିସୋ ରବାଡା

2. ଶିଖର ଧଓ୍ବନ

ଭାରତର ଏହି ଓପନର ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି । ଚଳିତ ସିଜନରେ 145.65 ଷ୍ଟ୍ରାଇକ ରେଟ୍‌ରେ 603ରନ ସଂଗ୍ରହ କରିଛନ୍ତି । ତେବେ ଚଳିତ ସିଜନରେ କେଏଲ ରାହୁଲଙ୍କ ପରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳିଙ୍କ ତାଲିକାରେ 2ୟ ସ୍ଥାନରେ ରହିଛନ୍ତି ଶିଖର ଧଓ୍ବନ ।

ଶିଖର ଧଓ୍ବନ

3.ମାର୍କସ ଷ୍ଟୋଇନିସ

ଅଷ୍ଟ୍ରେଲିଆର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଚଳିତ ସିଜନରେ 352ରନ୍‌ ସଂଗ୍ରହ କରିବା ସହ 12ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ତାଙ୍କର ପ୍ରଦର୍ଶନ ଉପରେ ଆଜି ସମସ୍ତଙ୍କ ନଜର ରହିବ ।

ମାର୍କସ ଷ୍ଟୋଇନିସ

4. ଶ୍ରେୟାସ ଆୟର

ୟଙ୍ଗ ଦିଲ୍ଲୀର ଯୁବ ଅଧିନାୟକ ଶ୍ରେୟାସ ଆୟର 16ଟି ମ୍ୟାଚରୁ 454ରନ୍‌ ସଂଗ୍ରହ କରିଛନ୍ତି । ସେ କିଛିଟା ମ୍ୟାଚରେ ବି ମ୍ୟାନ ଅଫ ଦି ମ୍ୟାଚ ରୂପେ ବିବେଚିତ ହୋଇଛନ୍ତି ।

ଶ୍ରେୟାସ ଆୟର

5. ଅନରିଚ ନର୍ଟଜେ

ଦ.ଆଫ୍ରିକାର ଆଉ ଜଣେ ଦ୍ରୁତ ବୋଲର ଅନରିଚ ନର୍ଟଜେ ଆଇପିଏଲ ଇତିହାସରେ ସବୁଠାରୁ ଫାଷ୍ଟ ବୋଲିଂ କରି ଚର୍ଚ୍ଚାରେ ରହିଛନ୍ତି । 15ଟି ମ୍ୟାଚରେ 20ଟି ଓ୍ବିକେଟ ହାତେଇଛନ୍ତି । ରବାଡାଙ୍କ ସହ ମିଶି ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥାନ୍ତି ଅନରିଚ ।

ଅନରିଚ ନର୍ଟଜେ

ABOUT THE AUTHOR

...view details