ଓଡିଶା

odisha

ETV Bharat / sports

ଏହି ବୟାନ ପାଇଁ ପୁଣି ଫ୍ୟାନ୍ସଙ୍କ ପ୍ରିୟ ପାଲଟିଲେ ଧୋନି - ଆଇପିଏଲ 2020

ଉଦଘାଟନୀ ମ୍ୟାଚରେ ଟସ ସମୟରେ ଯେତେବେଳେ ମୁରଲୀ କାର୍ତ୍ତିକ ଧୋନିଙ୍କୁ ନୂତନ ସୁରକ୍ଷା ନିୟମ ବିଷୟରେ ପଚାରିଥିଲେ । ଉତ୍ତରରେ ଧୋନି ଏମିତି କହିଥିଲେ । ଅଧିକ ପଢନ୍ତୁ...

ଏହି ବୟାନ ପାଇଁ ପୁଣି ଫ୍ୟାନ୍ସଙ୍କ ପ୍ରିୟ ପାଲଟିଲେ ଧୋନି
ଏହି ବୟାନ ପାଇଁ ପୁଣି ଫ୍ୟାନ୍ସଙ୍କ ପ୍ରିୟ ପାଲଟିଲେ ଧୋନି

By

Published : Sep 20, 2020, 6:00 PM IST

Updated : Sep 20, 2020, 6:51 PM IST

ଆବୁଧାବି: ଆଇପିଏଲର ଆରମ୍ଭରୁ ବିଜୟ ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ଥାଲ୍ଲାଙ୍କ ଚେନ୍ନାଇ ସୁପରକିଙ୍ଗ୍ସ । ଶନିବାର ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ 5 ୱିକେଟରେ ବିଜୟ ହାସଲ କରିଛି ସିଏସକେ । ସେପଟେ ଅବସର ଓ ଦୀର୍ଘ ଦିନର ବ୍ୟବଧାନ ପରେ ଧୋନିଙ୍କୁ ପଡିଆରେ ଦେଖି ଖୁସି ହୋଇଛନ୍ତି ଅନେକ କ୍ରିକେଟ ପ୍ରେମୀ । ତେବେ ଧୋନିଙ୍କ ପଡିଆରେ ଉପସ୍ଥିତି ପରେ ତାଙ୍କର ଏହି କିଛି କଥା ଏବେ ଇଣ୍ଟରନେଟର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଆଇପିଏଲ ସମର
ଏହି ବୟାନ ପାଇଁ ପୁଣି ଫ୍ୟାନ୍ସଙ୍କ ପ୍ରିୟ ପାଲଟିଲେ ଧୋନି

ଉଦଘାଟିନୀ ମ୍ୟାଚରେ ଟସ ସମୟରେ ଯେତେବେଳେ ମୁରଲୀ କାର୍ତ୍ତିକ ଧୋନିଙ୍କୁ ନୂତନ ସୁରକ୍ଷା ନିୟମ ବିଷୟରେ ପଚାରିଥିଲେ । ଉତ୍ତରରେ ଧୋନି କହିଥିଲେ, “ସେଥିପାଇଁ ମୁଁ ମ୍ୟାଚ୍ ରେଫରିଙ୍କୁ ପଚାରିଥିଲି ଯେ ଆମେ ପ୍ରଥମ ସ୍ଲିପ୍ ରଖିପାରିବୁ କି ନାହିଁ, ଏହା ସାମାଜିକ ଦୂରତାର ନିୟମ ଏବଂ ନିୟମ ଅଧିନରେ ଆସିଛୁ କି?”

ତେବେ ଆଇପିଏଲ ଆସିଲେ ବିଶେଷତଃ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବିଭିନ୍ନ ଦଳ ଓ ଅନେକ ଭାରତୀୟ ଖେଳାଳିଙ୍କୁ ନେଇ ବିଭାଜନ ଦେଖାଦିଏ । ମାତ୍ର ଗତକାଲି ବିପକ୍ଷ ଦଳକୁ ନେଇ ଧୋନି ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ତାହା ପ୍ରତି କ୍ରୀଡା ପ୍ରେମୀଙ୍କ ମନକୁ ଛୁଇଁଛି । ମ୍ୟାଚ ପରବର୍ତ୍ତୀ ପୁରଷ୍କାର ବିତରଣ ଉତ୍ସବରେ ଯେତେବେଳେ ଧୋନିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପ୍ରତିଶୋଧ ନେବା କଥା ପଚରା ଯାଇଥିଲା । ଉତ୍ତରରେ ଧୋନି କହିଥିଲେ “କ୍ରିକେଟ ଏକ ଜେଣ୍ଟେଲ ମ୍ୟାନ ଗେମ ହୋଇଥିବାରୁ ଆମେ ପ୍ରତିଶୋଧ ଭଳି ବିଷୟକୁ କଳ୍ପନା କରି ନ ଥାଉ । ବରଂ ବିଗତ ଦିନରେ ନିଜେ କରିଥିବା ଭୂଲ ବିଷୟରେ ଚିନ୍ତା କରୁଥାଉ ।’’

ସୂଚନାଥାଉ କି, ବିଗତ 5ଟି ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଧୋନିଙ୍କ ଚେନ୍ନାଇ ଦଳ ପରାଜୟ ସ୍ବାଦ ଚାଖିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 20, 2020, 6:51 PM IST

ABOUT THE AUTHOR

...view details