ଆବୁଧାବି: ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଧାରିତ 20 ଓଭରରେ 4 ୱିକେଟ ହରାଇ 162 ରନ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ 163 ରନର ବିଜୟ ଲକ୍ଷ୍ୟ ରହିଛି ।
ଦିଲ୍ଲୀ ପକ୍ଷରୁ ଓପନର ଶିଖର ଧାୱନ 52 ବଲରୁ ସର୍ବାଧିକ 69 ରନର ଇଂନିସ ଖେଳିଛନ୍ତି । ଧାୱନଙ୍କ ଏହି ଇଂନିସରେ 6ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି । କ୍ୟାପଟେନ ଶ୍ରେୟସ ଆୟର 33 ବଲରୁ ଦ୍ରୁତ 43 ରନ କରିଛନ୍ତି । ତେବେ ପୃଥ୍ବୀ ଶ, ଅଜିଙ୍କ୍ୟ ରାହାଣେ ଓ ମାର୍କସ ଷ୍ଟୋଇନିସ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ।