ଦୁବାଇ: ଆଇପିଏଲର 2ୟ ମ୍ୟାଚ ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଛି । 2ଯୁବ ଅଧିନାୟକଙ୍କ ଟିମ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ସୁପରଓଭରରେ ପଞ୍ଜାବୁ ମାତ୍ ଦେଇଛି ଦିଲ୍ଲୀ ।
ନିର୍ଦ୍ଧାରିତ ଓଭରରେ ମ୍ୟାଚ ଟାଇ ହେବା ପରେ ଫାଇନାଲ ଫଳାଫାଳ ପାଇଁ ସୁପରଓଭର ଖେଳାଯାଇଥିଲା । ସୁପରଓଭରରେ କିଙ୍ଗ୍ସ ଏକାଦଶ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । ରାହୁଲ ଓ ନିକଲୋସ ପୁରାନ ବ୍ୟାଟିଂ କରିବାକୁ ଆସିଥିଲେ ଓ ଦିଲ୍ଲୀ ପକ୍ଷରୁ ବୋଲିଂ କରିଥିଲେ କାଗିସୋ ରାବାଡା । ପ୍ରଥମ ବଲ୍ରେ ରାହୁଲ 2ରନ କରିଥିଲେ ଓ ଏହାପରେ 2ୟ ବଲରେ ରାହୁଲ ଓ 3ୟବଲରେ ପୁରାନ ମଧ୍ୟ ଆଉଟ ହୋଇଥିଲା ।
ତେବେ 3ରନର ବିଜୟ ଲକ୍ଷ୍ୟନେଇ ଦିଲ୍ଲୀ ପକ୍ଷରୁ ଋଷବ ପନ୍ତ ଓ ଶ୍ରେୟସ ଆୟାର ବ୍ୟାଟିଂ କରିବାକୁ ଆସିଥିଲେ ଓ ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ବୋଲିଂ କରିଥିଲେ । ସାମିଙ୍କ ପ୍ରଥମ ବଲରେ କୌଣସି ରନ ମିଳିନଥିଲା । ଏହାପରେ 2ୟ ବଲ୍ ଓ୍ବାଇଡ୍ ଥିଲା । 3ୟ ବଲ୍ରେ ପନ୍ତ 2ରନ ସଂଗ୍ରହ କରି ଦଳକୁ ଆଇପିଏଲର ପ୍ରଥମ ବିଜୟ ଦେବାରେ ସକ୍ଷମ ହୋଇଥିଲେ । ତେବେ ଦିଲ୍ଲୀ ଦଳର ଅଲରାଉଣ୍ଡର ମାର୍କସ ଷ୍ଟୋନିସଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି ।
ସୂଚନାଥାଉକି, 2ୟ ମ୍ୟାଚରେ ପଞ୍ଜାବ ପ୍ରଥମେ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବ୍ୟାଟିଂ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସର ଟପ ଅର୍ଡର ଆରମ୍ଭରୁ ହିଁ ଭୁଶୁଡି ପଡିଥିଲା । ପୃଥ୍ବୀ ଶ' (5) ଓ ଶିମରନ ହେଟମେୟର (7), ଓପନର ଶିଖର ଧୱନ ବିନା ଖାତା ଖୋଲି ପାଭେଲିଅନ ଫେରିଯାଇଥିଲେ । ଏହାପରେ ଅଧିନାୟକ ଶ୍ରେୟସ ଆୟର(39) ଓ ଋଷବ ପନ୍ତ(31) ପାଳି ସମ୍ଭାଳିଥିଲେ । ତେବେ ପନ୍ତ ଆଉଟ ହେବା ପରେ ଅଲରାଉଣ୍ଡର ମାର୍କସ ଷ୍ଟୋନିସ(53)ଙ୍କ ଅର୍ଦ୍ଧଶତକ ପାଳି ଏକ ନିର୍ଭର ଯୋଗ୍ୟ ବିଜୟ ଲକ୍ଷ୍ୟ ଛିଡା କରି ପାରିଥିଲା । ତେବେ ନିର୍ଦ୍ଧାରିତ ଓଭର ଶେଷ ସୁଦ୍ଧା 8 ଓ୍ବିକେଟ ହରାଇ 157ରନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।