ଦୁବାଇ: ପଞ୍ଜାବ ଓ କୋଲକାତା ବିପକ୍ଷରେ କ୍ରମାଗତ ଦୁଇଟି ପରାଜୟ ପରେ ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟରେ ରହିଛି ଦିଲ୍ଲୀ କ୍ୟାପାଟାଲ୍ସ । ମଙ୍ଗଳବାର ଆଇପିଏଲ 2020ର 47ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ସହ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ରହିଛି ।
ଏହି ମ୍ୟାଚ ହାଇଦ୍ରାବାଦ ପାଇଁ କର ବା ମର ହୋଇଛି । କାରଣ ବିଜୟ ପ୍ଲେ-ଅଫ ଆଶାକୁ ଉଜ୍ଜୀବିତ ରଖିବାବେଳେ, ପରାଜୟ ପ୍ଲେ-ଅଫ ଦୌଡରୁ ବାଦ ପଡିବାକୁ ବାଧ୍ୟ କରିବ ।
ଦିଲ୍ଲୀ ଓ ହାଇଦ୍ରାବାଦ ପୂର୍ବରୁ ମୁହାଁମୁହିଁ ହୋଇସାରିଛନ୍ତି । ଏହି ମ୍ୟାଚରେ ଡେଭିଡ ୱାର୍ଣ୍ଣରଙ୍କ ଅରେଞ୍ଜ ଆର୍ମୀ 15 ରନରେ ବିଜୟୀ ହୋଇଥିଲା ।
ତେବେ ଦିଲ୍ଲୀର ବ୍ୟାଟିଂ ଲାଇନଅପ ଶିଖର ଧାୱନ, ପୃଥୀ ଶ, ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ ଓ ସିମ୍ରନ ହେଟମେୟରଙ୍କୁ ନେଇ ଶକ୍ତିଶାଳୀ ରହିଛି । ଅନ୍ୟପଟେ ବୋଲିଂରେ କାଗିସୋ ରବାଡା, ଆନରିଚ ନର୍ଟଜେ, ସ୍ପିନର ଅକ୍ସର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନୀ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ।
ଅନ୍ୟପଟେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ, କ୍ୟାପଟେନ ଡେଭିଡ ୱାର୍ଣ୍ଣର, ଜନ୍ନି ବେୟାରଷ୍ଟୋ, ମିଷ ପାଣ୍ଡେ, ବିଜୟ ଶଙ୍କରଙ୍କ ଉପରେ ବ୍ୟାଟିଂରେ ନିର୍ଭର କରିବ । ସେହିପରି ବୋଲିଂ ଭାର ଟି.ନଟରାଜନ, ଖଲିଲ ଅହମ୍ମଦ ଓ ରସିଦ ଖାନଙ୍କ ରହିବ ।