ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ 2020ର ଫାଇନାଲ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ରହିଛି । ଫାଇନାଲ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଥିବାବେଳେ, କ୍ରିକେଟ ବିଷାରଦମାନେ ବିଷ୍ଳେଷଣ ଓ ଚର୍ଚ୍ଚା ଜାରି ରଖିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗର ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି ।
ଆଇପିଏଲ ଫାଇନାଲ ମ୍ୟାଚର ଫଳାଫଳ ସହିତ ଟିମର ପ୍ରମୁଖ ଖେଳାଳିଙ୍କୁ ସୁରକ୍ଷିତ ରଖିବାକୁ ବାଙ୍ଗର କହିଛନ୍ତି । ନିଲାମ ପ୍ରକ୍ରିୟାରେ ଅନେକ ଖେଳାଳିଙ୍କୁ ଟିମ ବାହାର କରିଥାଏ । ସମସ୍ତ ବିଭାଗରେ ନୂଆ ଖେଳାଳିଙ୍କୁ ସ୍ଥାନ ପାଇଁ ପ୍ରୟାସ କରିଥାଏ । ମାତ୍ର ଦିଲ୍ଲୀ ପ୍ରମୁଖ ଖେଳାଳିଙ୍କୁ ରଖିବା ସପକ୍ଷରେ ମତ ଦେଇଛନ୍ତି ବାଙ୍ଗର ।