ଦୁବାଇ: ଆଜି ଖେଳାଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ସପ୍ତମ ମ୍ୟାଚ । 3 ଥର ଆଇପିଏଲ ଚମ୍ପିଆନ ରହିସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ସହ ଶ୍ରେୟସ ଆୟରଙ୍କ ଯୁବ ଟିମ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହେବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ, ଦୁବାଇରେ ଏହି ମ୍ୟାଚ ଖେଳାଯାଉଛି ।
ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସିଏସକେ କ୍ୟାପଟେନ ମହେନ୍ଦ୍ରସିଂ ଧୋନି । ଫଳରେ ପ୍ରଥମେ ବ୍ୟାଟିଂ କରିବା ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟରେ ରହିବ ଧୋନିଙ୍କ ସୁପର କିଙ୍ଗ୍ସ ।
ଚୁଡାନ୍ତ ଏକାଦଶ